Odisha news

ବର୍ଷାଜଳ ନିଷ୍କାସନରେ ବାଧକ ସାଜୁଛି ଧାମରା ରେଳପଥ : ନନ୍ଦପୁର ଓ ରାଣୀପୁରରେ ଶହସ୍ରାଧିକ ହେକ୍ଟର ଜଳମଗ୍ନ

0

ତିହିଡି ( ଯଦୁମଣି ପାଣିଗ୍ରାହୀ ) : ବର୍ଷାଜଳ ନିଷ୍କାସନରେ ବାଧକ ସାଜୁଛି ଧାମରା ବନ୍ଦର ରେଳପଥ । ଭଦ୍ରକରୁ ଧାମରା ଲମ୍ବିଥିବା ଦୀର୍ଘ ୬୨ କିଲୋମିଟର ରେଳପଥରେ ଆବଶ୍ୟକୀୟ ତଥା ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିନଦେଇ ଅତି ତରବରିଆଭାବେ କଲଭର୍ଟ ନିର୍ମାଣ ହୋଇଛି ଯାହା ସଂପ୍ରତି ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ ହୋଇ ରହୁଛି । ଭଦ୍ରକ-ଚନ୍ଦବାଲି ରାଜ୍ୟ ରାଜପଥର ଦକ୍ଷିଣ ପଟରେ ବୈତରଣୀ, ସାଳନ୍ଦି, ନାଳିଆ, ଦଶମୌଜା, ଗୁପାଳିଆ ଓ ବିରିନାଳି ଆଦି ନଈ ଓ କେନାଲ ପ୍ରବାହିତ ହୋଇଥିବା ବେଳେ ଉଚ୍ଛୁଳା ଜଳ ନିଷ୍ଲାସନ ପାଇଁ କେତେକ ନିର୍ଦ୍ଦିଷ୍ଟ କେନାଲ ଦେଇ ରେଳପଥ ଅତିକ୍ରମ କରି ମନ୍ତେଇ ନଈରେ ପହଞ୍ଚôଥାଏ । ମାତ୍ର ସାମାନ୍ୟ ବର୍ଷାରେ ଯେଉଁ ପାଣି ହୋଇଥାଏ ତାହା ଜମାଟ ବାନ୍ଧି ଏଥିରେ ଥିବା ·ଷ ଜମି ବହୁଳଭାବେ ପ୍ରଭାବିତ ହୋଇଥାଏ ।

ବାରମ୍ବାର ଅଭିଯୋଗ ଠାରୁ ଆରମ୍ଭ କରି ପ୍ରତିବାଦ ଏପରକି ରେଳରୋକ ପର୍ଯ୍ୟନ୍ତ କଥା ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାବତ କୌଣସି ପ୍ରତିକାର କରାଗଲା ନାହିଁ । ଯାହା ଫଳରେ ଚଷୀ ଚଷ କରିବା ଓ ସାର ବିଷ ପକାଇବା ସମୟରେ ବ୍ୟାପକ କ୍ଷତି ହେଉଛି । ଏନେଇ ସଂପ୍ରତି ଜନଆନେ୍ଦାଳନ ମୁଣ୍ଡ ଟେକିବାରେ ଲାଗିଛି । ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ନନ୍ଦପୁର, ବୁଡଙ୍ଗ ଓ ରାଣୀପୁର ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେଲା ବର୍ଷାଜଳ ଜମି ରହିଥିବା ଅଭିଯୋଗ ହୋଇଛି । ଏଥିସହ ଚାପ ଜନିତ ବର୍ଷାରେ ଏହି ଚଷ ଜମିରେ ଶହ ଶହ ହେକ୍ଟର ଚଷ ଜମିରେ ଜଳ ଜମି ରହିଥିବାରୁ ରୁଆ ଧାନ ପଚି ଗଲାଣି ।

କିଛି ଦିନ ତଳେ ·ଷୀ ସାର ଓ କୀଟ ନାଶକ ବିଷ ପକାଇଥିଲେ ଯାହା ସଂପ୍ରତି ଧୋଇ ଯାଇଛି । ବୁଧବାର ପୂର୍ବାହ୍ନରେ ନନ୍ଦପୁର, ବୁଡଙ୍ଗ, ସାନ୍ତରାପୁର, ମହଜରମପୁର ଓ ରାଣୀପୁର ଅଞ୍ଚଳର ଶତାଧିକ ଚଷୀ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଚଷ ଜମିକୁ ଲାଗି ଲମ୍ବିଥିବା ବିରିନାଳ ବିଲାତି ଦଳରେ ଭର୍ତ୍ତୀ ହୋଇଥିବା ବେଳେ ରେଳପଥରେ ଆବଶ୍ୟକୀୟ କଲଭର୍ଟ ନଥିବାରୁ ଜଳ ନିଷ୍କାସନରେ ବାଧକ ସାଜୁଛି । ଅନ୍ୟପଟେ ବିରିନାଳିର ହୁଡା ନଥିବାରୁ ଦଶମୌଜା କେନାଲରୁ ଆସୁଥିବା ପାଣି ସିଧାସଳକ ଚଷ ଜମିରେ ପଡି ଜମାଟ ବାନ୍ଧୁଛି । ଏଭଳି ପରିସ୍ଥିତି ଲାଗି ରହିଲେ ଧାନ ଅମଳ ଅବସମ୍ଭାବୀ ହୋଇପଡିବ ବୋଲି କୁହାଯାଇଛି । ବିଗତ ବର୍ଷ ବର୍ଷ ଧରି ଏହି ଚଷୀମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହେଉନଥିବା ବୃନ୍ଦାବନ ଭଟ୍ଟରାୟ, ପ୍ରବୋଧ ବଳ, ରାମଚନ୍ଦ୍ର ସାହୁ, ପ୍ରହ୍ଲାଦ ସାହୁ, ନାରାୟଣ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ବହୁ ଚଷୀ ଅଭିଯୋଗରେ ଦର୍ଶାଇଛନ୍ତି ।

Nalco
Leave A Reply