Odisha news

ଲଗାଣ ବର୍ଷା ଯୋଗୁଁ ଉଛୁଳୁଛି ବିଭିନ୍ନ ନଈ : ବନ୍ୟା ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ, ୪ ପରିବାର ସ୍ଥାନାନ୍ତର

0

ତିହିଡି : ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବିପଦ ସଙ୍କେତ ଟପିଲାଣି ବୈତରଣୀ ନଦୀ । ଆଖୁଆପଦା ଠାରେ ବିପଦ ସଂଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବୁଧବାର ମଧ୍ୟାହ୍ନ ସୁଦ୍ଧା ୧୮.୩୯ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଥିବା ଜଣାଯାଇଛି । ବୈତରଣୀ ନଦୀରେ କ୍ରମାଗତ ଜଳ ସ୍ତର ବଢିବାରେ ଲାଗିଛି ଏବଂ ଏହାର ପ୍ରଭାବ ମୁଖ୍ୟତଃ ତଳିଆ ଅଞ୍ଚଳରେ ଉପରେ ପଡିବ ବୋଲି କୁହାଯାଉଛି । ତଳିଆ ଅଞ୍ଚଳ ମଧ୍ୟରେ ଧାମନଗର, ତିହିଡି, ଆରଡି ଓ ·ନ୍ଦବାଲି ସଂପ୍ରତି ବିପଦ ସଂକେତ ଆଡକୁ ଗତି କରୁଥିବା ଜଣାଯାଇଛି । ବୈତରଣୀର ଉଚ୍ଛୁଳା ବନ୍ୟା ଜଳ ସଂପ୍ରତି ରେବ, କପାଳି ଓ ଗେଙ୍ଗୁଟି ନଈରେ ପ୍ରବେଶ କରିଛି ।

ତଳଗୋପବିନ୍ଧାରେ ଏହି ବନ୍ୟାଜଳ ସାଳନ୍ଦୀ ଓ ନାଳିଆ ନଦୀରେ ପ୍ରବେଶ କରୁଥିବା ମଧ୍ୟ ସୂଚନା ମିଳିଛି । ଯଦି ଏପରି ସ୍ଥିତି ଜାରି ରହେ ତେବେ ସାଳନ୍ଦି ନଦୀ ଦେଇ ଗୁଆମାଳ, ତାଳପଦା, ଦୋଳସାହି, ମୁକୁନ୍ଦପୁର ଆଦି ପଞ୍ଚୟତର ·ଷ ଜମି ନଷ୍ଟ ହେବାର ସମ୍ଭାବନା ରହିଛି । ତେବେ ରେବ, କପାଳି ଓ ଗେଙ୍ଗୁଟି ନଈର ବନ୍ୟା ଜଳ ସଂପ୍ରତି ତିହିଡି ବ୍ଲକର ତଳଗୋପବିନ୍ଦା, ବୋଡକ, ବିଲଣା, କାଁପଡା, ଶ୍ୟାମସୁନ୍ଦରପୁର, ବାରସର ଓ ଗୋବିନ୍ଦପୁର ଆଦି ପଞ୍ଚାୟତରେ ପ୍ରବେଶ କରିବାର ଆଶଙ୍କା କରାଯାଉଛି । ଏନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ବୁଧବାର ଅପରାହ୍ନରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଲଗ୍ନଜିତ ବେହେରା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ ଓ ସଂପୃକ୍ତ ରାଜସ୍ୱ ଗ୍ରାମର ଆରଆଇମାନେ ଆସନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ତେବେ ରେବ ନଦୀ କୂଳ ତଥା ବୋଡକ ପଞ୍ଚାୟତ ଭଞ୍ଜସାହିର ୪ ପରିବାରକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଆଗାମୀ ୩ ଦିନ ଧରି ଏହି ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ଏଭଳି ସ୍ଥିତି ଜାରି ରହେ ତେବେ ଆଗାମୀ ଦିନରେ ପରିସ୍ଥିତି ସଂଗୀନ ହେବା ନିସନେ୍ଦହ । ନଈ କୂଳିଆବାସୀ ଏଥିପ୍ରତି ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply