Odisha news

ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ

0

ତିହିଡ଼ି, ୧୩/୦୮(ଯଦୁମଣି ପାଣିଗ୍ରାହୀ) : କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମେ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଦେଶରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କ୍ରମରେ ତିହିଡି ବ୍ଲକ ପ୍ରଶାସନ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ଣରେ ତିହିଡି ହାଇସ୍କୁଲର ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ମହିଳା ମାନେ ହାତରେ ତ୍ରିରଙ୍ଗା ପତାକା ଧରି ଏକ ଶୋଭାଯାତ୍ରାରେ ବାହାରିଥିଲେ । ପ୍ରଧାନଶିକ୍ଷକ ସମରେନ୍ଦ୍ର ମିଶ୍ର, ବିଡିଓ ଜ୍ୟୋର୍ତିମୟ କର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଏବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନୀହାର ରଞ୍ଜନ ରାଉତ, ମିଶନ ଶକ୍ତି ବ୍ଲକ ସଂଯୋଜକ ଶ୍ରୀକାନ୍ତ ଜେନା, ଜିପିଓ ପ୍ଲାବନ ପାଢୀ, କାର୍ଯ୍ୟକ୍ରମର ବ୍ଲକ ସଂଯୋଜକ ସୀତାକାନ୍ତ ନାୟକ, ସରପଞ୍ଚ ପ୍ରଦୀପ କୁମାର ବଳ ଓ ପ୍ରାକ୍ତନ ଶିକ୍ଷକ ଗିରିଜାରମଣ ଜେନା ପ୍ରମୁଖ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରାଇଥିଲେ । ପରେ ଶୋଭାଯାତ୍ରା ତିହିଡି ବଜାର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲେ । ସେଠାରେ ବିଡିଓ ଶ୍ରୀ କର ନିଜ ବକ୍ତବ୍ୟରେ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସେହିପରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଦାସ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ନିଷ୍ଠାର ସହ ପାଳନ କରିବାକୁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି କହିଥିଲେ । କାର୍ଯ୍ୟକ୍ରମର ବ୍ଳକ ସଂଯୋଜକ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ଜାତୀୟ ପତାକା ଆମ ଦେଶର ଗର୍ବ ଓ ଗୌରବର ପ୍ରତୀକ ବୋଲି କହିବା ସହ ଏକ ଅଖଣ୍ଡ ତଥା ବିକଶିତ ଭାରତ ଗଠନରେ ସମସ୍ତଙ୍କର ଅକୁଣ୍ଠିତ ସହଯୋଗ ରହିବା ଆବଶ୍ୟକ ବୋଲି କହିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।

Nalco

Leave A Reply