ବର୍ତମାନ ଦେଶ ପାଳୁଛି ୭୮ ତମ ସ୍ୱାଧୀନତା ଦିବସ, କିନ୍ତୁ ଏହି ସ୍ୱାଧୀନତା ପଛରେ ରହିଛନ୍ତି କେତେଯେ ସ୍ୱାଧୀନତା ସଂଗ୍ରାମୀ, କେତେଯେ କ୍ରାନ୍ତିକାରୀ, ଆଉ କେତେଯେ ଵୀରାଂଗନା , ଯିଏ କି ଦେଶ ମାତୃକା ପାଇଁ ଜୀବନ ଦେବାକୁ କିମ୍ବା ନେବାକୁ ମଧ୍ୟ ପଛାଇ ନଥିଲେ l ସେହି ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିରା ଆର୍ୟା , ଯିଏକି ଦେଶ ପାଇଁ ନିଜ ସ୍ୱାମୀଙ୍କୁ ଗୁଳି କରି ହୋଇଥିଲେ ବିଧବା l
ଆମ ମାନଙ୍କ ମଧ୍ୟରୁ ଖୁବ କମ ଲୋକ ଜାଣିଛନ୍ତି ନିରା ଆର୍ୟା ଙ୍କ ବିଷୟ ରେ l ଯିଏକି ଆଜାଦ ହିନ୍ଦ ଫୌଜ ରେ ରାଣୀ ଝାନ୍ସୀ ବାଇ ରେଜିମେଣ୍ଟ ର ସିପାହୀ ଭାବରେ କାର୍ଯ୍ୟରତ ଥିଲେ l ତେଣୁ ନିର୍ଦେଶ ମିଳିଥିଲା ଯଦି ଇଂରେଜ ମାନଙ୍କ ହାତରେ ଧରା ପଡିବେ ତେବେ ନିଜକୁ ଗୁଳି କରି ସହିଦ ହୋଇଯିବେ l ସେ ଇଂରାଜୀ, ହିନ୍ଦୀ, ବଙ୍ଗାଳୀ ବ୍ୟତୀତ ଅନ୍ୟ ଭାରତୀୟ ଭାଷା ମଧ୍ୟ କହି ପାରୁଥିଲେ l ନିରା ଙ୍କ ସ୍ୱାମୀ ଶ୍ରୀକାନ୍ତ ଜଯରଞ୍ଜନ ଦାସ ସିଆଇଡି ଇନ୍ସପେକ୍ଟର ଭାବରେ ଇଂରେଜ ମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ l
ଥରେ ଶ୍ରୀକାନ୍ତ ଜଯରଞ୍ଜନ ଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କୁ ମାରିବା ପାଇଁ ନିର୍ଦେଶ ମିଳିଲା l ଏହାପରେ ଜଯରଞ୍ଜନ ଲୁଚିକି କୌଣସି ଉପାୟରେ ସୁଭାଷ ଚନ୍ଦ୍ର ବୋଷ ଙ୍କ ନିକଟରେ ଯାଇ ପହଞ୍ଚିଥିଲେ l ସେ ଏହି ସମୟ ରେ ଛଦ୍ମ ବେଶରେ ଯାଇଥିଲେ l ଏବଂ ସୁଭାଷ ବୋଷ ଙ୍କୁ ମାରିବାକୁ ଯାଉଥିବା ସମୟ ରେ ନିରା ନିଜ ସ୍ୱାମୀଙ୍କୁ ଜାଣିପାରି ଥିଲେ , ଏବଂ ସେ ନେତାଜୀ ଙ୍କୁ ମାରିବା ପୂର୍ବରୁ ନିରା ତାଙ୍କୁ ଗୋଟିଏ ତୀକ୍ଷଣ ଅସ୍ତ୍ରରେ ମାରି ଦେଇଥିଲେ l
ନିରା ଙ୍କ ବୀରତ୍ୱ ଓ ସାହସ ଦେଖି ନେତାଜୀ ଆଶ୍ଚର୍ଯ୍ୟ ହୋଇଗଲେ, ଆଜାଦ ହିନ୍ଦ ଫୌଜ ର ସମର୍ପଣ ପରେ ନିରା ଙ୍କୁ ସ୍ୱାମୀଙ୍କ ହତ୍ୟା ମାମଲାରେ ନିର୍ବାସିତ ଦଣ୍ଡ ଶୁଣାଗଲା ଏବଂ ଅନେକ ନିର୍ଯ୍ୟାତନା ଦିଆଗଲା l ଥରେ ତାଙ୍କୁ ଜେଲର ନେତାଜୀ କେଉଁଠି ଅଛନ୍ତି ବୋଲି ପଚାରିଥିଲେ ଏବଂ ତୁମକୁ ଛାଡି ଦିଆଯିବ ବୋଲି କହିଥିଲେ l କିନ୍ତୁ ନିରା କିଛିବି ଉତର ଦେଇ ନଥିଲେ l
କ୍ରୁର ଇଂରେଜ ଶାସକ ଅକଥନୀୟ ନିର୍ଯ୍ୟାତନା ଦେବାକୁ ପଛାଇ ନଥିଲା, ତାଙ୍କର ଦୁଇଟି ସ୍ତନ କୁ କାଟି ଦେଇଥିଲେ l ୧୯୪୭ ରେ ଦେଶ ସ୍ୱାଧୀନ ହୋଇ ଯାଇଥିଲା, ଏବଂ ନିରା ମଧ୍ୟ ମୁକ୍ତ ହୋଇଥିଲେ l ଏହାପରେ ସେ ସ୍ୱାଧୀନ ଭାରତରେ ଫୁଲ ବିକ୍ରୀ କରି ଜୀବନ ଅତିବାହିତ କରିଥିଲେ l ଜୁଲାଇ ୨୬ ୧୯୯୮ ରେ ଚାରମିନର ନିକଟରେ ଗୋଟିଏ ଡାକ୍ତରଖାନା ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ସକାଳ ଖବର ପକ୍ଷରୁ ବିରଙ୍ଗନା ନିରା ଆର୍ୟା ଙ୍କୁ ଶତ ଶତ ପ୍ରଣାମ l