ତିହିଡି (ଯଦୁମଣି ପାଣିଗ୍ରାହୀ ): ବୁଧବାର ପ୍ରକାଶ ପାଇଛି ଯୁକ୍ତଦୁଇ ବାଣିଜ୍ୟ ଫଳାଫଳ । ଏଥିରେ ତିହିଡି କନିଷ୍ଠ ମହାବିଦ୍ୟାଳୟର ଯୁକ୍ତଦୁଇ ବାଣିଜ୍ୟ ବିଭାଗର ଛାତ୍ର ସଞ୍ଜୟ କୁମାର ପାତ୍ର ସର୍ବାଧିକ ନମ୍ବର ରଖିଥିବା ଜଣାଯାଇଛି । ସଞ୍ଜୟଙ୍କ ଘର ସୟା ପଞ୍ଚାୟତରେ ବୋଲି ଜଣାଯାଇଛି । ସଞ୍ଜୟ ମୋଟ ୫୧୭ ନମ୍ବର ରଖିଥିବା ବେଳେ ଏହା ମୋଟ ନମ୍ବରର ୮୬.୧୬ ପ୍ରତିଶତ ବୋଲି ଜଣାଯାଇଛି ।
ପ୍ରକାଶ ଯେ, ଚଳିତବର୍ଷ ତିହିଡି କନିଷ୍ଠ ମହାବିଦ୍ୟାଳୟର ମୋଟ୍ ୧୧୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୧ ଜଣ, ୨ୟ ଶ୍ରେଣୀରେ ୨୨ ଜଣ ଓ ୩ୟ ଶ୍ରେଣୀରେ ୪୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଇଛି । ଶ୍ରୀ ପାତ୍ର ନିଜର ସଫଳତାର ଶ୍ରେୟ ତିହିଡି କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ ବିଶ୍ୱଜିତ ଧଳ ଓ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସମେତ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା ମାନଙ୍କୁ ଦେଇଛନ୍ତି ।