ତିହିଡି (ଯଦୁମଣି ପାଣିଗ୍ରାହୀ ): ତିହିଡି ବ୍ଲକ ଅନ୍ତର୍ଗତ ସିନେ୍ଦାଳ ପଞ୍ଚାୟତର ସାଟିଉଟି ସାମିଲ ନୂଆସାହି ଗାଁର ଜଣେ ଯୁବକ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧିନ ଥିଲେ । ତେବେ ଗୁରୁବାର ଦିନ ତାଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି । ମୃତକ ହେଉଛନ୍ତି ପିତାମ୍ବର ମଳିକଙ୍କ ପୁଅ ପ୍ରମୋଦ ମଳିକ(୨୫) । ସୂଚନା ମୁତାବକ ବୁଧବାର ରାତି ପ୍ରାୟ ୮ ଘଟିକାରେ ପ୍ରମୋଦ ବାଇକ୍ ଯୋଗେ ତିହିଡିରୁ ଘରକୁ ଫେରୁଥିବା ସମୟରେ କମାରିଆ ପୂର୍ବରୁ ଏକ ଗାଡି ସହ ଧକ୍କା ହୋଇଥିଲା ।
ପରିବାର ଲୋକେ ଖବର ପାଇ ଚେତାଶୂନ୍ୟ ଅବସ୍ଥାରେ ତାକୁ ଉଦ୍ଧାର କରି ପ୍ରଥମେ ତିହିଡି ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରମୋଦର ଅବସ୍ଥା ଅଧିକ ଗୁରୁତର ହେବାର ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାର ମୃତୁ୍ୟ ହୋଇଛି । ତେବେ ରାସ୍ତା ପାଶ୍ୱର୍ରେ ବାଲି ଗଦା ରହିଥିବା କାରଣରୁ ପ୍ରମୋଦର ମୃତୁ୍ୟ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପ୍ରମୋଦ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟରେ ପରିବାର ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।