Odisha news

ଧାନ ବିଲ ମଧ୍ୟରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନେ୍ଦହ

0

ତିହିଡି  (ଯଦୁମଣି ପାଣିଗ୍ରାହୀ ): ତିହିଡି ବ୍ଲକ ଅନ୍ତର୍ଗତ ପାଳିଆବିନ୍ଧା ବାଳିକା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେଶ୍ୱର ମହାନ୍ତି ଓରଫ୍ ନାଳୁ ସାର ଙ୍କ ମୃତ ଦେହ ସ୍କୁଲ ପାଖ ଧାନ ବିଲ ମଧ୍ୟରୁ ଉଦ୍ଧାର କରାଯାଇଛି । ତେବେ ରୋଗ ଯନ୍ତ୍ରଣା ସହିନପାରି ସେ ଆତ୍ମହତ୍ୟା କରିଥିବା ସନେ୍ଦହ କରାଯାଉଛି । ବୁଧବାର ସକାଳ ପ୍ରାୟ ୮.୩୦ ଘଟିକାରେ ତାଙ୍କ ଘର ତଥା ସ୍କୁଲ ପାଖ ଧାନ ବିଲରୁ ମୃତ ଦେହ ଉଦ୍ଧାର ହୋଇଛି । ଉଦ୍ଧାର ସମୟରେ ମୃତଦେହ ନିକଟରୁ ଏକ ସୁଇସାଇଡାଲ ନୋଟ୍ ଜବତ୍ ହୋଇଛି । ସେଥିରେ ତାଙ୍କର ମୃତୁ୍ୟ ପାଇଁ କେହି ଦାୟୀ ନୁହଁନ୍ତି ବରଂ ରୋଗ ଯନ୍ତ୍ରଣା ସହିନପାରି ସେ ଆତ୍ମହତ୍ୟା କରିଥିବା ଏଥିରେ ଉଲ୍ଲେଖ ରହିଛି ।

ସ୍କୁଲରେ ଶିକ୍ଷକତା କରୁଥିଲେ ମଧ୍ୟ ଏଯାଏଁ କୌଣସି ସରକାରୀ ମାନ୍ୟତା ପାଇନଥିବାରୁ ପରିବାର ଖର୍ଚ୍ଚ ବହନ କରିବା ପାଇଁ ଏକ ଜନସେବା କେନ୍ଦ୍ର ଖୋଲିଥିଲେ । ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରିଥାନ୍ତି । ୨ ଦିନ ତଳେ ସେ ଡାକ୍ତରଙ୍କ ସହ ପରାମର୍ଶ କରି ଫେରିଥିବା ବେଳେ ମଙ୍ଗଳବାର ରାତିରେ ଘରୁ କୁଆଡେ ଚାଲି ଯାଇଥିଲେ ଏବଂ ବୁଧବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନାଳୁ ସାରଙ୍କ ଘର ସ୍ଥାନୀୟ ଗୋରାମାଟି ବ୍ରାହ୍ମଣସାହିର । କିଛି ବର୍ଷ ତଳେ ସେ ପାଳିଆବିନ୍ଧାରେ ଜାଗା କିଣି ଘର କରି ରହୁଥିଲେ । ନାଳୁ ସାରଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply