Odisha news

କଂଗ୍ରେସ ପ୍ରାର୍ଥୀ ଅମିୟ ମହାପାତଙ୍କ ନିର୍ବାଚନୀ ପ୍ରଚାର

0

ତିହିଡି, ୨୫/୦୫(ଯଦୁମଣି ପାଣିଗ୍ରାହୀ): ·ନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଅମିୟ ମହାପାତ୍ର । ଗତ ୨୦୧୪ରେ ଏହି ଆସନରେ ସେ ପ୍ରାର୍ଥୀ ହୋଇଥିଲେ । ଚଳିତଥର ତାଙ୍କୁ ଅଧିକ ଜନ ସମର୍ଥନ ମିଳିବ ବୋଲି ସେ ବେଶ ଆଶାବାଦୀ ଅଛନ୍ତି । ରାଜ୍ୟର ୯ ବର୍ଷର ମେଣ୍ଟ ସରକାର ଆଉ ୧୫ ବର୍ଷର ବିଜେଡି ସରକାର ଓଡିଶା ପାଇଁ କିଛି କରିନାହିଁ ବୋଲି ସେ ଭୋଟରଙ୍କୁ କହିଛନ୍ତି । ରାଜ୍ୟ ସରକାର ଦୂର୍ନୀତି ଓ ଭ୍ରଷ୍ଟା·ରରେ ଉବୁଟୁବୁ ହେଉଥିବା ବେଳେ ମହିଳା ଆଜି ସୁରକ୍ଷିତ ନୁହଁନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଆଜିବି ଅପହଞ୍ଚ ହୋଇଛି । ବେକାରୀ ସଂଖ୍ୟା ଦିନକୁ ଦିନ ବୃଦ୍ଧିି ପାଉଛି । ଓଡିଶାରେ ପର୍ଯ୍ୟାପ୍ତ ପରିମାଣରେ ଖଣିଜ ସମ୍ପଦ ରହିଥିବା ବେଳେ କୌଣସି କଳ କାରଖାନା ଏଯାଏଁ ପ୍ରତିଷ୍ଠା କରାଯାଇନି । ସେହିପରି କେନ୍ଦ୍ରରେ ବିଜେପି ସରକାର ଲୋକଙ୍କୁ ଭୁଆଁ ବୁଲାଉଛି । ବିଦେଶରୁ କଳାଧନ ଫେରିବା, ବେକାର ଯୁବକ/ଯୁବତୀ ନିଯୁକ୍ତି, ଜମାଖାତାକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ପ୍ରହସନରେ ପରିଣତ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରେ ବୋଲି ଶ୍ରୀ ଦାସ କହିଛନ୍ତି । କଂଗ୍ରେସକୁ ଭୋଟ ଦେଇ ଏକ ସ୍ୱଚ୍ଛ ସରକାର ଗଠନ କରିବାକୁ ପୀରହାଟ ଅଧିନ ବାମନବିନ୍ଧା, ହରସିଂହପୁର ଓ ଦୌଲତପୁର ପଞ୍ଚାୟତରେ ବାଇକ୍ ଶୋଭାଯାତ୍ରାରେ ପ୍ରାର୍ଥୀ ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ·ନ୍ଦବାଲିରେ ବିଜେଡି ଭୟଭୀତ ହୋଇଯାଇଛି । ଏଥର ସମର୍ଥନ ହରାଇବା ଭୟରେ ବିଭିନ୍ନ ସଭା ସମିତିରେ କଂଗ୍ରେସକୁ ଭୋଟ ନ ଦେବାକୁ ପରାମର୍ଶ ଦେଉଛନ୍ତି । ଯାହାକୁ ଦୃଢ ନିନ୍ଦା କରିଛନ୍ତି ଶ୍ରୀ ମହାପାତ୍ର । ଏଥର କଂଗ୍ରେସ ସରକାର ଗଠନ କଲେ ଦରଦାମ ନିୟନ୍ତ୍ରଣ କରିବା ସହିତ ·ଷୀଙ୍କ ସୁବିଧା, ବିଦୁୁ୍ୟତ୍ ବିଲ୍ ଛାଡ ଆଦି ବହୁ ଯୋଜନା ରହିଛି ବୋଲି କହିଥିଲେ । ସର୍ବେଶ୍ୱର ବେହେରା, ସୁଦର୍ଶନ ସ୍ୱାଇଁ, ପ୍ରଦୀପ ମହାନ୍ତି, ସୁରେନ୍ଦ୍ର ବଳ, ଶ୍ରୀଧର ବେହେରା, ଲକ୍ଷ୍ମୀକାନ୍ତ ପରିିହାରି, ମନୋଜ ବେହେରା, ବସନ୍ତ ନାୟକ, ମୃତୁ୍ୟଞ୍ଜୟ ସାହୁ, ସୀତାକାନ୍ତ ବାରିକ, ସୁଦର୍ଶନ ବାରିକ, ଭକ୍ତହରି ବଳ, ନରେନ୍ଦ୍ର ବଳ, ପ୍ରହ୍ଲାଦ ମହାକୁଡ, ସମୟ ବେହେରା, ଅଜୟ ବେହେରା, ଅକ୍ଷୟ ବେହେରା, ସଞ୍ଜୟ ବେହେରା, ଦେବାଶିଶ ସାହୁ, ଜଗବନ୍ଧୁ ଦାସ, ତାରେଲି ସାହା, ରାମକୃଷ୍ଣ ପାଣିଗ୍ରାହୀ, ବସନ୍ତ ସାହୁ, ସନାତନ ସାହୁ, ଶରତ ଜେନା, ରାଜେନ୍ଦ୍ର ବାରିକ, ପ୍ରତାପ ଦାସ, ଶ୍ରୀକାନ୍ତ ବେହେରା ଓ ସଦାଶିବ ସାହୁ ପ୍ରମୁୁଖ ଶତାଧିକ କର୍ମୀ ଉକ୍ତ ବାଇକ୍ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Ad2
Leave A Reply