Odisha news

କାଁପଡା ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ସଞ୍ଜୟଙ୍କ ପ୍ରଚାର

0

ତିହିଡି, ୨୫/୦୫(ଯଦୁମଣି ପାଣିଗ୍ରାହୀ): ନିଜ ଜନ୍ମମାଟି କାଁପଡା ପଞ୍ଚାୟତରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ନିର୍ବାଚନୀ ପ୍ରଚାର କରିଛନ୍ତି । ଆଜି ନିଜ ସମର୍ଥକଙ୍କୁ ନେଇ ଏକ ବିଶାଳ ପଟୁଆରରେ କାଁପଡା ପଞ୍ଚାୟତ ପରିକ୍ରମା କରିଥିବା ଜଣାଯାଇଛି । ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର ଦାସ ମଧ୍ୟ ତାଙ୍କ ସହିତ ସାମିଲ ହୋଇଛନ୍ତି । ଧାମନଗର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଡାକ୍ତର ସଞ୍ଜୟ ଦାସ ଚଳିତ ନିର୍ବାଚନରେ ବିଜୟୀ ହେବେ ଏବଂ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରାକ୍ତନ ବିଧାୟକ ଶ୍ରୀ ଦାସ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଶନିବାର ପୂର୍ବାହ୍ନରେ କାଁପଡାର ଆରାଧ୍ୟ ଦେବୀ ବାସୁଳୀ ପୀଠରେ ପୂଜାର୍ଚ୍ଚନା କରିବା ପରେ ଆଶୀର୍ବାଦ ନେଇ ପ୍ର·ର ଆରମ୍ଭ କରିଥିଲେ । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦୁ୍ୟତଲତା ନାୟକ, ନାରୀନେତ୍ରୀ ଦେବକୀ ଦାସ, କମଳାକାନ୍ତ ଦାସ, ପ୍ରଫୁଲ ଦାସ, ଉତ୍ତମ ଦାସ, ଦୋଳଗୋବିନ୍ଦ ଦାସ, ଅଜୟ ଦାସ, ବିଷ୍ଣୁମୋହନ ମଳିକ, ପଦ୍ମଲୋଚନ ଦାସ, ହେମନ୍ତ ମଳିକ, ବିକାଶ ଦାସ, ତ୍ରିଲୋଚନ ଦାସ, ଅବିନାଶ ଦାସ, ଅଶୋକ ଦାସ ଓ ଦଶରଥ ଦାସ ପ୍ରମୁଖ ପ୍ର·ରରେ ସାମିଲ ହୋଇଥିଲେ । କାଁପଡା ଛକରୁ ବାହାରି କାଁପଡାବିନ୍ଧା, ମଠସାହି, ଚିଲପଦା, ଉତ୍ତପାରି, ତଳକାଁପଡା, ଦକ୍ଷିଣପାରି, ବାହାକୁଲା ଓ ଦପା ଆଦି ଗ୍ରାମ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ । ସେହିପରି ଅପରାହ୍ନରେ ଦୋଳସାହି ଗେଟ୍ ବଜାରରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ଅଚକ ପଞ୍ଚାୟତ ଅଧିନ ନନ୍ଦପୁର ପାଣିଟାଙ୍କି ନିକଟରେ ପହଞ୍ଚିଥିଲାା । ଜିଲ୍ଲା ପରିଷଦ ସଭ୍ୟା ରୁଜାତା ପଣ୍ଡା, ସରପଞ୍ଚ ଗୌରୀଶଙ୍କର ଜେନା, ପ୍ରଦୀପ ପଣ୍ଡା, ଅଚକ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଗଣେଷ ପ୍ରସାଦ ବିଶ୍ୱାଳ, ହିମାଂଶୁ ବଳ, ବିଜୟ ନାୟକ, ରାଜେନ୍ଦ୍ର ଜେନା, ଅମିୟ ମଲ୍ଲିକ, ଅମର ମଳିକ, ଶରତ ମଳିକ, ଦିଲ୍ଲିପ ପୁହାଣ, ଦାଶରଥି ମହାପାତ୍ର, ଅର୍ଜୁନ ଭଟ୍ଟରାୟ, ଅଶୋକ ନାୟକ, ଅନ୍ତର୍ଯ୍ୟାମୀ ଦିକ୍ଷିତ ପ୍ରମୁଖ ଗୁଆମାଳ, ଦୋଳସାହି, ନୂଆନନ୍ଦ, ପାଳିଆବିନ୍ଧା ଓ ଅଚକ ପଞ୍ଚାୟତର ଶହସ୍ରାଧିକ କର୍ମୀ ସାମିଲ ହୋଇଥିଲେ ।

Ad2
Leave A Reply