ତିହିଡ଼ି, ୦୭/୦୪(ଯଦୁମଣି ପାଣିଗ୍ରାହୀ), ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ପଣ୍ଡା ଚଳିତ ଏନଏମଏମଏସ ମେଧା ପରୀକ୍ଷାରେ ଭଦ୍ରକ ଜିଲାରେ ତୃତୀୟ ତଥା ତିହିଡ଼ି ବ୍ଲକର ପ୍ରଥମ ସ୍ଥାନ ଅଧିକାର କରି ସ୍କୁଲର ଗୌରବ ଆଣି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସ୍କୁଲ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଦାସ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ଧନେଶ୍ୱର ପଣ୍ଡା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅମୂଲ୍ୟ ସେନାପତି, ମନୋଜ ସେନାପତି, ପ୍ରିୟବ୍ରତ ପାଢ଼ୀ, ବିଶ୍ୱରଂଜନ ତ୍ରିପାଠୀ, ବସନ୍ତ ପଣ୍ଡା, ବୈଦ୍ୟନାଥ ସେନାପତି ପ୍ରମୁଖ ଯୋଗ ଦେଇ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ପିଢ଼ିଙ୍କୁ ମାର୍ଗଦର୍ଶନ କରିଥିଲେ । ପ୍ରକାଶ ଯେ, ଛାତ୍ରୀ ଶ୍ରଦ୍ଧାଞ୍ଜଳି ପଞ୍ଚମ ଶ୍ରେଣୀରେ ବୃତ୍ତି ଓ ପଠାଣୀସାମନ୍ତ ମେଧାବୃତ୍ତିରେ ସଫଳତା ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମବାସୀ, ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।