Odisha news

ପ୍ରଶାସନ ପକ୍ଷରୁ ଭୂମିହୀନଙ୍କୁ ମିଳିଥିବା ରାସ୍ତା ଅବରୋଧ ଅଭିଯୋଗ

0

ତିହିଡି, ୧୮/୦୩(ଯଦୁମଣି ପାଣିଗ୍ରାହୀ) : ଲିଜ୍ ପଟ୍ଟା ପାଇବାର ଦିର୍ଘ ୨୬ ବର୍ଷ ପରେ ତହସିଲ ପ୍ରଶାସନ ତରଫରୁ ମାପଚୂପ କରାଯାଇ ଭୂମିହୀନଙ୍କ ମିଳିଛି ଜମି । ଏଥିସହ ଉକ୍ତ ଜମିକୁ ଯିବା ଲାଗି ମୁଖ୍ୟ ରାସ୍ତାରୁ ଏକ ରାସ୍ତା ମଧ୍ୟ ମିଳିଛି ହେଲେ ରାତିଅଧିଆ ଉକ୍ତ ରାସ୍ତାକୁ କେତେକ ବ୍ୟକ୍ତି ବଳପୂର୍ବକ ଭାବେ ଅବରୋଧ କରିବା ସହିତ ଅସ୍ଥାୟୀ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଅସ୍ଥାୟୀ ଗୃହ ନିର୍ମାଣ ଉଦ୍ୟମ କରାଯାଉଥିବା ବେଳେ ସଂଧ୍ୟାରେ ପୋଲିସ ନିକଟରେ ଫେରାଦ୍ ହୋଇଥିଲେ ଭୂମିହୀନମାନେ । ରାତିରେ ପୋଲିସ ମଧ୍ୟ ସେଠାକୁ ଅନେକଥର ଯାଇଛି ହେଲେ ସକାଳ ହେବାବେଳକୁ ଅସ୍ଥାୟୀ ଗୃହ ଛିଡା ହୋଇଛି । ଯାହାକୁ ନେଇ ଭୂମିହୀନ ମାନେ ଥଇଥାନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିନେଇ ଭୁମିହୀନ ମାନେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୩ ଦିନ ମଧ୍ୟରେ ଉକ୍ତ ଜବରଦଖଲ ଉଚ୍ଛେଦ କରାନଗଲେ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାଧ୍ୟହୋଇ ସେମାନେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ୧୯୯୮ ମସିହାରେ ସୟା ମୌଜା ଅଧିନ ବିରିହରପୁର(କାଞ୍ଜିପଦା)ରେ ୩୫ ଜଣ ଭୂମିହୀନଙ୍କୁ ଲିଜ୍ ପଟ୍ଟା ମିଳିଥିଲା । ତେବେ ଜାଗା ଚିହ୍ନଟ ନେଇ ଭୂମିହୀନମାନେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲେ । ଶେଷରେ ପୋଲିସ ଉପସ୍ଥିତିରେ ତହସିଲ ପ୍ରଶାସନ ପକ୍ଷରୁ ଗତ ୦୯.୦୨.୨୪ରିଖରେ ପଞ୍ଚାନନ ସେଠୀ, ଶ୍ୟାମସୁନ୍ଦର ନାଥ, ମିରା ନାୟକ, ବା‚ାନିଧି ମହାନ୍ତି, ସରସ୍ୱତୀ ନାୟକ, ଗୋଲକ ଚନ୍ଦ୍ର ସେଠୀ, ରସିକ ନାୟକ ଓ ବାବାଜୀ ପାତ୍ର ପ୍ରମୁଖ ୮ ଜଣ ଭୂମିହୀନଙ୍କୁ ସେମାନଙ୍କ ଜାଗା ଚିହ୍ନଟ କରାଯିବା ସହିତ ଏକ ରାସ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ମାତ୍ର କେତେକ ବ୍ୟକ୍ତି ବଳପୂର୍ବକ ଉକ୍ତ ରାସ୍ତାକୁ ଅବରୋଧ କରିବା ସହିତ ଶନିବାର ରାତିଅଧିଆ ଅସ୍ଥାୟୀ ଗୃହ ନିର୍ମାଣ କରିଛନ୍ତି । ପରଦିନ ରବିବାର ଥିବାହେତୁ ସୋମବାର ଭୂମିହୀନମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟଙ୍କୁ ପ·ରିବାରୁ ତକ୍ରାଳ ଭିତ୍ତିରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave A Reply