ତିହିଡି, ୧୬/୦୩(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ପୀରହାଟ ଥାନାରେ ନିର୍ବାଚନ ପରି·ଳନା ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ·ନ୍ଦବାଲି ଥାନା ସମେତ ମତୋ ଫାଣ୍ଡି, ପୀରହାଟ ଓ ତିହିଡି ଥାନାର ଶହେରୁ ଉଦ୍ଧ୍ୱର୍ ଏସଆଇ, ଏଏସଆଇ, ହାବିଲଦାର, କନେଷ୍ଟବଲ, ଓଏପିଏସ, ହୋମଗାର୍ଡ ଓ ଗ୍ରାମରକ୍ଷୀ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହକାରେ ପରି·ଳନା କରିବା ଲାଗି ପରାମର୍ଶ ଓ ତାଲିମ ଗ୍ରହଣ କରିଥିଲେ । ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିି·ଳନା କରିବା, ଭୋଟ ଦେବାର ଅଧିକାର ସମ୍ପର୍କରେ ସଚେତନ କରାଇବା, ଆଚରଣ ବିଧି ଲାଗୁ ହେବାଠାରୁ ଆଇନ୍ ଓ ନିୟମାବଳୀ ସମ୍ପର୍କରେ ଅବଗତ ହେବା ସହିତ କାର୍ଯ୍ୟକାରୀ କରିବା, ରାସ୍ତାଘାଟରେ ପୋଷ୍ଟର ମରାଯାଉଥିବା ନେଇ ତଦନ୍ତ କରିବା, ନେତା ଠାରୁ ଆରମ୍ଭ କରି ଜନତା ସମସ୍ତଙ୍କ ପାଇଁ ସମାନ ନିୟମ ଲାଗୁ କରିବା ଆଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ନିଶା କାରବାର, ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଟଙ୍କା କାରବାର, ମାରପିଟ୍, ଗଣ୍ଡଗୋଳ ଏପରିକି ରାଜନୈତିକ ଛକପଞ୍ଝା ଆଦି ସମ୍ବେଦନଶୀଳ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଆଇନ୍ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପୀରହାଟ ଆଇଆଇସି ଅଜୟ ମୁୁର୍ମୁଙ୍କ ସଞ୍ଚାଳନାରେ ଭଦ୍ରକ ହେଡ୍ କ୍ୱାଟର ଡିଏସପି ବିମଳ ଚନ୍ଦ୍ର ନାୟକ ଯୋଗଦେଇ ଉପସ୍ଥିତ ପୋଲି ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଚମ୍ପାବତୀ ମାରାଣ୍ଡି, ଅତୁଲ ଟୁଡୁ, ତୁଷାର ପଣ୍ଡା, ରାଜେନ୍ଦ୍ର ସାହୁ, ପ୍ରିୟବ୍ରତ ଜେନା, ବିମ୍ବାଧର ମୁର୍ମୁ, କମଳାକାନ୍ତ ଶତପଥି, ଲକ୍ଷ୍ଣଣ ମାରାଣ୍ଡି, ପାର୍ଥ ବେହେରା, ପ୍ରକାଶ ନାୟକ, ପ୍ରବୀଣ ଗିରି, ଚିତ୍ତରଞ୍ଜନ ବାରିକ, ନକୁଳ ସେନାପତି ପ୍ରମୁୁଖ ପୋଲିସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।