Odisha news

ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଯନ୍ତ୍ରପାତି ବିତରଣ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ

0

ତିହିଡି, ୨୮/୦୨(ଯଦୁମଣି ପାଣିଗ୍ରାହୀ): ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଯନ୍ତ୍ରପାତି ବିତରଣ କରିଛନ୍ତି ସାଂସଦ ମଞ୍ଜୁଲତା ମଣ୍ଡଳ । ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ କହିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଜରିଆରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିବା ସହ ବିଭିନ୍ନ ସହାୟତା ଯୋଗାଇ ଦିଆ ଯାଉଛି । ଏହାସତ୍ୱେ କେତେକ ଦିବ୍ୟାଙ୍ଗ ସରକାରୀ ସୁବିଧା ସୁଯୋଗରୁ ବାଦ ପଡୁଛନ୍ତି । ତେଣୁ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କୁ ଉନ୍ନତମାନର ଉପକରଣ ପ୍ରଦାନ କରାଯିବା ଲାଗି ସେ ବ୍ୟକ୍ତିଗତ ଭାବେ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ସରକାରଙ୍କ ପକ୍ଷରୁ ତାଙ୍କ ସଂସଦୀୟ କ୍ଷେତ୍ରର ୧୧ଟି ବ୍ଲକ ପାଇଁ ଏହି କୃତ୍ରିମ ଯନ୍ତ୍ରପାତି ମଞ୍ଜୁର ହୋଇପାରିଛି ବୋଲି ଶ୍ରୀମତୀ ମଣ୍ଡଳ କହିଥିଲେ । ଏହାବ୍ୟତୀତ ଯଦି କୌଣସି ଦିବ୍ୟାଙ୍ଗ ଉପକରଣ ପାଇବାରୁ ବଞ୍ôଚତ ହୁଅନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ତିହିଡି ବ୍ଲକ ପରିସରରେ ଆୟୋଜିତ ଦିବ୍ୟାଙ୍ଗମାନଙ୍କୁ କୃତିମ ଉପକରଣ ବିତରଣ ଶିବିରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ ଉପରୋକ୍ତ ମତ ପ୍ରକାଶ କରିଥିଲେ । ଏହି ଶିବିରରେ ମୋଟ୍ ୬୪ ଜଣ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମ ଯନ୍ତ୍ରପାତି ପ୍ରଦାନ କରାଯାଇଛି । ୨୦ଜଣଙ୍କୁ ଟ୍ରାଇସାଇକେଲ୍‌, ୨୫ ଜଣଙ୍କୁ ହୁଇଲ୍ ଚେୟାର, ୮୦ ପ୍ରତିଶତରୁ ଉର୍ଦ୍ଧ ଦିବ୍ୟାଙ୍ଗ ମୋଟର ଚାଳିତ ୫ ଜଣଙ୍କୁ ଟ୍ରାଇସାଇକେଲ, ୫ ଜଣଙ୍କୁ କାନ ଯନ୍ତ୍ର ଓ ୯ ଜଣଙ୍କୁ ଆଶାବାଡି ପ୍ରଦାନ କରାଯାଇଛି । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କୃତ୍ରିମ ଉପକରଣ ବିତରଣ ଶିବିରରେ ସାଂସଦଙ୍କ ସମେତ ସମ୍ମାନୀତ ଅତିଥିଭାବେ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଡିଓ ଜ୍ୟୋତିର୍ମୟ କର, ଆଲମିକୋ ସଂସ୍ଥାର ମ୍ୟାନେଜର ସୁଧିର କୁମାର ଗୁପ୍ତା, ବିଏସଏସଓ ନିହାର ରଞ୍ଜନ ବେହେରା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀନବନ୍ଧୁ ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ଦିବ୍ୟାଙ୍ଗମାନଙ୍କୁ ଉତ୍ସାହିତ କରିବା ଲାଗି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ପଣ୍ଡା, ସମାଜସେବୀ ଆଶିଷ ରାଉତ, ଯୁବ ବିଜେଡି ଜିଲ୍ଲା ସମ୍ପାଦକ ସୁଧନ୍ୱା ନାୟକ, ପ୍ରଫୁଲ ଦାସ ପ୍ରମୁଖ ଉପସ୍ଥିତ ଥିôଲେ ।

Leave A Reply