ତିହିଡି, ୩୧/୦୧(ଯଦୁମଣି ପାଣିଗ୍ରାହୀ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ତିହିଡି ବ୍ଲକ ଦୌଲତପୁର ପଞ୍ଚାୟତ ଅଧିନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ସରକାରୀ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ବିଭିନ୍ନ ବିଭାଗର ୧୬୪ ଜଣ ଭିନ୍ନକ୍ଷମ ସେମାନଙ୍କର ନାମ ପଞ୍ଜିକୃତ କରିଥିବା ବେଳେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା ଓ ନିରୀକ୍ଷା କରାଯିବା ପରେ ୧୪୬ ଜଣ ପ୍ରମାଣପତ୍ର୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାଯାଇଛି । ଏହି ଉପଲକ୍ଷେ ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ମୁଖ୍ୟ ବକ୍ତାଭାବେ ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦୁ୍ୟତଲତା ନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ସମସ୍ତ ସଫଳ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥିଭାବେ ଜିଲ୍ଲା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ ଭିନ୍ନକ୍ଷମ ମାନଙ୍କୁ ସକ୍ଷମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଦୌଲତପୁର ସରପଞ୍ଚ ପ୍ରଭାତ ମିଶ୍ର, ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳି ଲେଙ୍କା, ସିନେ୍ଦାଳ ସରପଞ୍ଚ ସୁପ୍ରଭା ପାଣି, ଜିଲ୍ଲା ପରିଷଦ ସଭ୍ୟ ଅମୂଲ୍ୟ ମାଝୀ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ୭ ନମ୍ବର ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଉମାକାନ୍ତ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ଡାକ୍ତର ମନୋରଞ୍ଜନ ପାଣିଗ୍ରାହୀ, ଡାକ୍ତର ବିଶ୍ୱଜିତ ରାୟ, ଡାକ୍ତର ବୈଦ୍ୟନାଥ ଓଝା, ଡାକ୍ତର ସନ୍ତୋଷ କୁମାର ସିଂ, ଡାକ୍ତର ଅଶୋକ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ ଓ ତ୍ରିବେଣୀ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜୁଲତା ଗାହାଣଙ୍କ ସମେତ ୧୫ ଜଣ ଆପଦ ମିତ୍ର ଭିନ୍ନକ୍ଷମ ମାନଙ୍କୁ ରୋଗୀ ଦେଖାଇବା ସହିତ ଯିବା ଆସିବାର ବ୍ୟବସ୍ଥା କରିଥିବା ବେଳେ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମ·ରୀ ଏବଂ ବ୍ଲକର ସମସ୍ତ ବିଭାଗର କର୍ମକର୍ତ୍ତା ପରି·ଳନାରେ ସହଯୋଗ କରିଥିଲେ ।