Odisha news

୧୨୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ତିହିଡ଼ି,୧୪ା୦୮: ତିହିଡି ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୨୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ତିହିଡି ଅବକାରୀ ଥାନାରେ ୨ଟି ପୃଥକ ମାମଲା ରୁଜୁ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ୨ ଜଣ ମଦ ବେପାରୀ ହେଉଛନ୍ତି ତିହିଡି ଥାନା ଅଧିନ ସଦାନନ୍ଦପୁର ଗାଁର ଅଭିମନୁ୍ୟ ଜେନା ଓ କୁବେରା ଗାଁର ଗଣେଶ ପ୍ରସାଦ ଜେନା । ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିଦେ୍ର୍ଦଶ କ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ଧ୍ୟାରାଣୀ ଦାସ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଏହି ଚଢାଉ କରାଯାଇଥିଲା । ତିହିଡି ଥାନା ଅଧିନ ସଦାନନ୍ଦପୁର, କୁବେରା, ଭୂୟାଁଉଆସ, ଭାଟପଡା ଓ କୋହ୍ଲ ଗାଁରେ ଚଢାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯଇଥିଲା । ଜବତ ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ସୂଚନା ଦିଆଯାଇଛି । ଏସ୍ଆଇ ସନ୍ତୋଷ ବଳ, ଏସ୍ଆଇ ପ୍ରହ୍ଲାଦ ସାମଲ, ଦୀପକ ରାଉତ, ସତ୍ୟରଞ୍ଜନ ସେଠୀ, ରମେଶ ନାୟକ, ମିଥୁନ ଜେନା, ରଶ୍ମୀରେଖା ଜେନା ପ୍ରମୁଖ ଚଢାଉରେ ସାମିଲ ଥିଲେ ।

Comments are closed.