Odisha news

ଆମ୍ବୁଲାନ୍ସ ଓ ଅଟୋ ମୁହାଁମୁହିଁ ଧକ୍କା, ୧୪ ଆହତ

ତିହିଡ଼ି,୦୮ା୦୮: ଭଦ୍ରକ-ଚାନ୍ଦବାଲି ରାସ୍ତାର ବଡଗାଲୋ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପରସ୍ପର ବିପରୀତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୪ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯିବା ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଶବ ନେଇ ସାହାପୁର ଅଭିମୂଖେ ଯାଉଥିବା ଏକ ଆମ୍ବଲାନ୍ସ ନଂ-ଓଡି୨୨କେ-୭୯୯୯ ବଡଗାଲୋ ଛକ ନିକଟରେ ଚାନ୍ଦବାଲିରୁ କୋଠାର ଯାଉଥିବା ଏକ ନମ୍ବର ବିହୀନ ଅଟୋକୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡିିଥିଲା । ଫଳରେ ଆମ୍ବୁଲାନ୍ସରେ ବସିଥିବା ୫ ଜଣ ସମତେ ଅଟୋରେ ଥିବା ୯ ଜଣକୁ ମିଶାଇକ ମୋଟ ୧୪ଜଣ ପୁରୁଷ ଏବଂ ମହିଳା ଆହତ ହୋଇଥିଲେ । ଆମ୍ବଲାନ୍ସ ଚାଳକଙ୍କ ବେପୁରୁଆ ଗାଡିଚାଳନା ଉକ୍ତ ଦୁର୍ଘଟଣାର କାରଣ ବୋଲି ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନାରୁ ଜାଣିବାକୁ ମିଳିଛି ।

Comments are closed.