Odisha news

ଗୁଆମାଳ ପଞ୍ଚାୟତରେ ମିଳିତ ଜନ ଶୁଣାଣି : ହିତାଧିକାରୀଙ୍କ ଅଭିଯୋଗ ଉପରେ ଶୁଣାଣି କଲା ପ୍ରଶାସନ

ତିହିଡି,୧୧/୦୨: ତିହିଡି ବ୍ଲକ ଅଧିନ ଗୁଆମାଳ ପଞ୍ଚାୟତରେ ୫ଟି ଓ ମୋ ସରକାର ‘ମୋ ପଞ୍ଚାୟତରେ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଯଥା- ଆବାସ ଯୋଜନା, ରାସନ କାର୍ଡ ସହିତ ଆଇନଗତ, ଜମିବାଡି ସମସ୍ୟା, ସାର୍ଟିଫିକେଟ ଆଦି ବିଭିନ୍ନ ବିଭାଗର ଅଭିଯୋଗ ଉପରେ ଜନ ଶୁଣାଣି କରାଯାଇଥିଲା । ଲୋକେ ବ୍ଲକ କାର୍ଯ୍ୟାଳୟକୁ ନଯାଇ ପଞ୍ଚାୟତ ପରିସରରେ ନିଜର ଅଭିଯୋଗ ଆଗତ କରିବାକୁ ସୁଯୋଗ ପାଇଥିଲେ । ସରକାରୀ ଯୋଜନାକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଉଦ୍ୟମ ଜାରି ରହିବ ବୋଲି ସରପଞ୍ଚ ପ୍ରଦୀପ କୁମାର ପଣ୍ଡା କହିଥିଲେ ।

ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ ଏଥିରେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରୁ ବଞ୍ଚିତ ହୋଇଥିବା ହିତାଧିôକାରୀ ମାନଙ୍କ ଅଭିଯୋଗର ସମାଧାନ କରାଯିବାକୁ ଏହି ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଜମିଜମା ଓ ସାର୍ଟିଫିକେଟ ସଂକ୍ରାନ୍ତୀୟ ଅଭିଯୋଗ ଶୁଣିବା ସହିତ ଏହାର ସମାଧାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଚିନ୍ତାମଣି ଦାସ, ସମାଜସେବୀ ସୁରେଶ ମହାନ୍ତି, ଡାକ୍ତର ମଧ୍ୁସ୍ମିତା ଦାସ, ମହିଳା ଶିଶୁ ବିକାଶ ଯୋଜନାର କୋକିଳ ସାହୁ, କନିଷ୍ଠ ଯନ୍ତ୍ରୀ ଭୀଷ୍ମଦେବ ଶତପଥି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିôକାରୀ ଦୀନବନ୍ଧୁ ପାତ୍ର, ମହିଳା ମହାସଂଘ ସଭାନେତ୍ରୀ ସରସ୍ୱତୀ ମିଶ୍ର, ସଂପାଦିକା କ୍ଷୀରଦୋରୀ ଜେନାଙ୍କ ସମେତ ପୋଲିସ କର୍ମଚାରୀ ମାନେ ଶିବିରରେ ଯୋଗ ଦେଇଥିଲେ ।

ଅଧିôକାଂଶ ହିତାଧିକାରୀ ଆବାସ ଯୋଜନା ଉପରେ ଅଭିଯୋଗ କରିଥିଲେ । ଅଗ୍ରାଧିକାର ତାଲିକାରେ ଥିବା ହିତାଧିକାରୀ ମାନଙ୍କୁ ପ୍ରଥମେ ଆବାସ ଯାଗାଇ ଦିଆଯିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ହିତାଧିକାରୀ ମାନଙ୍କୁ ଏହା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଜନବସତି ଅଞ୍ଚଳରେ ବେଆଇନ ଭାବେ ଇଟାଭାଟି ବୃଦ୍ଧି ପାଉଥିବା ବେଳେ କୌଣସି ପ୍ରଶାସନିକ ପଦକ୍ଷେପ ନଥିବା ଅଭିଯୋଗ ହୋଇଥିଲା । ଘନଶ୍ୟାମ ବେହେରା, ନିରଞ୍ଜନ ମିଶ୍ର, ପ୍ରମୋଦ ନାୟକ, ଶ୍ରୀଧର ରାୟ, ଅଶ୍ୱିନୀ ପାଢୀ, ଶରତ ବେହେରା ଓ ଭକ୍ତହରି ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.