ତିହିଡି : ତିହିଡି ବ୍ଲକ ସାହାପୁର ପଞ୍ଚାୟତ ଅଧିନ ଜାଫରାବାଦ ଗ୍ରାମର ଆନନ୍ଦ ବଜାର ସ୍ଥିତ ରତ୍ନେଶ୍ୱର ମହାଦେବଙ୍କ ୨ୟ ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତପନ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ୧୨ ତାରିଖ ଠାରୁ ୧୬ ତାରିଖ ଯାଏଁ ବହୁ ସିଦ୍ଧ ସାଧୁମାନଙ୍କ ଉପସ୍ଥିତିରେ ବିଶିଷ୍ଟ କର୍ମକାଣ୍ଡବିତ୍ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ତତ୍ତ୍ୱବଧାନରେ ରୁଦ୍ରତାରକ ମହାଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ନାମ ଯଜ୍ଞ ଓ ଗୋ ଯଜ୍ଞ ଅନୁଷ୍ଠିତ ହେବ । ସଂପୂର୍ଣ୍ଣ ଆଧ୍ୟାତ୍ମିକ ପ୍ରତିଚ୍ଛବିରେ ମହୋତ୍ସବର ମହାପର୍ବରେ ଧର୍ମ ଧ୍ୱଜା, ଧର୍ମ ଦଣ୍ଡ ଓ ଧର୍ମ କୁମ୍ଭ ଧାରଣ ପୂର୍ବକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ମହୋତ୍ସବରେ ବହୁ ସାଧୁସନ୍ଥ, ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିବା ବୈଠକରେ ସୂଚନା ଦିଆଯାଇଥିଲା । ଏହଛଡା ବିଶିଷ୍ଟ କଣ୍ଡଶିଳ୍ପୀଙ୍କ ଦ୍ୱାରା ପ୍ରତିଦିନ ଭଜନ ପରିବେଷଣର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବୈଠକରେ ରବି ନାରାୟଣ ମଲ୍ଲିକ, ଉଗ୍ରସେନ ପାତ୍ର, ପ୍ରଦୀପ ନାୟକ, ବିଦ୍ୟାଧର ନାୟକ, ଆଲୋକ ବାରିକ, ନିରଞ୍ଜନ ମଲ୍ଲିକ, ଶଶିକାନ୍ତ କବି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.