ତିହିଡି,୦୬/୦୧: ତିହିଡି ସିଆରଏସ୍ ହାଇସ୍କୁଲରେ ମଙ୍ଗଳବାର ଦିନ ସ୍କୁଲ ଖୋଲିବା ପରିପ୍ରେକ୍ଷୀରେ ତିହିଡି ଓ ଚାନ୍ଦବାଲି ବ୍ଲକର ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଯୋଗ ଦେଇ ଆସନ୍ତା ୮ ତାରିଖ ଠାରୁ ହାଇସ୍କୁଲରେ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହେବାକୁ ଯାଉଥିବାରୁ ଏ ସଂପର୍କରେ ସମସ୍ତ ନିୟମାବଳୀ ଉପରେ ଆଲୋଚନା କରିଥିଲେ । ପ୍ରତ୍ୟକ ଶ୍ରେଣୀ ଗୃହରେ ସର୍ବାଧିକ ୨୫ ଜଣ ଛାତ୍ରଛାତ୍ରୀ ବସି ପାରିବେ ବୋଲି କହିବା ସହ ସାନିଟାଇଜେସନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ବିଜ୍ଞାନ ସଂଯୋଜକ ସରୋଜ ପ୍ରଧାନ, ଗିରିଜା ରମଣ ଜେନା, ତିହିଡି ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷେଣ୍ଡ୍, ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ନାୟକ, ଅଶୋକ ସାହୁ, ଲକ୍ଷ୍ମୀଧର ପତି, ରାଧାକାନ୍ତ ମଲ୍ଲିକ, ଶାନ୍ତିଲତା ରାଉତ, ଲକ୍ଷ୍ମୀଧର ମଲ୍ଲିକ, ବିଶ୍ୱନାଥ ପଣ୍ଡା, ଭକ୍ତବନ୍ଧୁ ପତି, ଗଗନ ବିହାରୀ ସାହୁ, ଭରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । କିରାଣୀ କୃତ୍ତିବାସ ଜେନା, କର୍ମଚାରୀ ପଞ୍ଚାନନ ଗୋଚ୍ଛାୟତ, ବଙ୍କିମ ନାୟକ ଓ ବିଭୂତି ଭୂଷଣ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
