Odisha news

ଆଦର୍ଶ ଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି

0

ତିହିଡି,୦୬/୦୧: ତିହିଡି ସିଆରଏସ୍ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା ବାରସର ପଞ୍ଚାୟତ ଅନ୍ତର୍ଗତ ତିଆଡିସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ନୃସିଂହ ମହାକୁଡ ଅଧ୍ୟକ୍ଷତା କରିଥିଲେ । ଶିକ୍ଷାବତ ବିଷ୍ଣୁ ପ୍ରସାଦ ମହାପାତ୍ର, ପଞ୍ଚାନନ ପଲାଇ, ନୃସିଂହ ଚରଣ ମହାପାତ୍ର, ସୋମନାଥ ପାଢୀ, ନିତ୍ୟାନନ୍ଦ ମଲ୍ଲିକ, କାଳୀଚରଣ ମଲ୍ଲିକ, କୁଳମଣି ସାହୁ, ପ୍ରତାପ ଆଚାର୍ଯ୍ୟ, ମଥୁରାମୋହନ ବେହେରା, ନିର୍ମଳ ଦଳେଇ, ଭାଗିରଥି ବଳ, ୠିରିଜା ରମଣ ଜେନା, କବି ଦିବ୍ୟସିଂହ ଦାସଅଧିକାରୀ, ପି. ହୃଷିକେଶ, ରାମଚନ୍ଦ୍ର ବାରିକ, ସରପଞ୍ଚ ମାନସ ସାହୁ, ରାଜାରାମ ମହାକୁଡ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସଂଗ୍ରାମ ମହାନ୍ତି, ସୁରେନ୍ଦ୍ର ବଳ, କୈଳାସ ରାଉଳ, ବିଭୂତି ସେନାପତି ପ୍ରମୁଖ ଯୋଗ ଦେଇ ଆଦର୍ଶ ଶିକ୍ଷକ ପ୍ରଫୁଲ୍ଲ ମିଶ୍ରଙ୍କ ଶିକ୍ଷା ପ୍ରତି ଅବଦାନ ଉପରେ ଆଲୋଚନା କରିଥିଲେ । ଦିଲ୍ଲୀପ ମିଶ୍ର, ପ୍ରଦୀପ ମିଶ୍ର, ପ୍ୟାରିମୋହନ ସାବତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Ad2
Leave A Reply