Odisha news

ଭାଟପଡା ପଞ୍ଚାୟତ ବିଜେପି ପକ୍ଷରୁ ବନ୍ଧୁ ମିଳନ ଉତ୍ସବ

0

ତିହିଡି,୦୬/୦୧: ବାସୁଦେବପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତଥା ତିହିଡି ବ୍ଲକ ସାହାଡାସୁନ୍ଦରୀ ମଣ୍ଡଳୀ ଅଧିନ ଭାଟପଡା ପଞ୍ଚାୟତ ବିଜେପି ପକ୍ଷରୁ ନୂଆ ବର୍ଷ ଅବସରରେ ଏକ ବନ୍ଧୁ ମିଳନ ଉତ୍ସବ ପାଟଣାସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଯଦୁମଣି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଧାମନଗର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ କେନ୍ଦ୍ରରେ ମୋଦି ସରକାରଙ୍କ ବିଭିନ୍ନ ଦୁଃସାହସିକ ପଦକ୍ଷେପ ତଥା ଜନ ହିତକର ଯୋଜନା ସଂପର୍କରେ କହିବା ସହ ବିଜେପି କର୍ମୀ ମାନେ ମନରୁ ସବୁ ଭେଦଭାବ ଭୁଲି ଦଳ ପାଇଁ ନିଷ୍ଠାର ସହ କାମ କରିବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିଜେପି ନେତା ମାଧବାନନ୍ଦ ମଲ୍ଲିକ, ବିଜେପି ଜିଲ୍ଲା ଉପ ସଭାପତି ଦୁର୍ଗାଚରଣ ନାୟକ, ରାଜ୍ୟ ଓବିସି ମୋର୍ଚ୍ଚା ଉପ ସଭାପତି ରଘୁନାଥ ପାତ୍ର, ସାହାଡା ସୁନ୍ଦରୀ ମଣ୍ଡଳ ସଭାପତି ପ୍ରଦୀପ କୁମାର ବଳ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବୁଦ୍ଧଦେବ ଜେନା ଓ ଭାଟପଡା ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଭାଟପଡା ପଞ୍ଚାୟତ ବିଜେପି ଶକ୍ତିକେନ୍ଦ୍ର ପ୍ରମୁଖ ପ୍ରଦୀପ ଜେନା ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ ପଞ୍ଚାୟତର ବିଭିନ୍ନ ୱାର୍ଡରୁ କର୍ମୀ ମାନେ ଅନ୍ୟ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ଜେନା, ରାଜକିଶୋର ନାୟକ, ମନୋଜ ପାଣିଗ୍ରାହୀ, ଅମୂଲ୍ୟ ସେନାପତି, ତପୁନ ପାଣି, ଦେବବ୍ରତ ପାଢୀ, ଚନ୍ଦ୍ରକାନ୍ତ ତ୍ରିପାଠୀ, ନିର୍ମଳ ବେହେରା, ମନୋଜ ସେନାପତି, ଶିବପ୍ରସାଦ ମହାନ୍ତି ଓ ବାବୁ ଭାଟ୍ଟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Leave A Reply