Odisha news

ସଡକ ଦୁର୍ଘଟଣା: ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

0

ତିହିଡି,୦୨/୦୧: ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନେ୍ଦାଳ ପଣ୍ଡାପୋଖରୀ ଛକ ନିକଟରେ ଆଜି ରାତିରେ ଘଟିଥିବା ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରତର ଆହତ ହୋଇତôବା ଜଣାଯାଇଛି । ମୃତ ବ୍ୟକ୍ତିଙ୍କ ନାଁ ହେଉଛି ସନ୍ଥ ବେହେରା ଓ ତାଙ୍କ ଘର ଦୌଲତପୁର ପଞ୍ଚାୟତର ମାଲପୁର ଗାଁରେ ବୋଲି ଜଣାଯାଇଛି । ସେହିପରି ଗୁରୁତର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଗବନ୍ଧୁ ଜେନା ଓ ତାଙ୍କ ଘର ବାମନବିନ୍ଧା ପଞ୍ଚାୟତ ମାଣକାହାଣି ଗାଁରେ ବୋଲି ଜଣାଯାଇଛି । ମୃତ ସନ୍ଥ ଓ ଗୁରୁତର ଜଗବନ୍ଧୁ ଏକ ବାଇକ୍ରେ ତିହିଡି ଆଡୁ ଘରକୁ ଫେରୁଥିବା ପଣ୍ଡାପୋଖରୀ ନିକଟରେ ଏକ ହାଇୱା ଗାଡିକୁ ପଛରୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଗୁରୁତର ଆଘାତପ୍ରାପ୍ତ ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ତିହିଡି ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ସନ୍ଥଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଗବନ୍ଧୁଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।

Leave A Reply