ଫୁଲବାଣୀ,୦୨/୦୧, କନ୍ଧମାଳ ଜିଲ୍ଲାର ପୁରାତନ ସାହିତ୍ୟ ଅନୁଷ୍ଠାନ ବନଜୋସନ୍ନା ସାହିତ୍ୟ ସଂସଦ ତରଫରୁ ଫୁଲବାଣୀ ସ୍ଥାନୀୟ ଶିକ୍ଷକ କଲୋନୀ ଠାରେ ପ୍ରଫେଶର ତୀର୍ଥ ଜାନୀଙ୍କ ଅଧ୍ୟକ୍ଷତାରେ ସଂସଦର ସାଧାରଣ ବୈଠକ,ସ୍ୱନକ୍ଷତ୍ର ସଂଖ୍ୟା ବନଜୋସନ୍ନା ସାହିତ୍ୟ ପତ୍ରିକା ଉନ୍ମୋଚନ ହେବାସହ ସ୍ୱାଗତ ନବବର୍ଷ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ କବି ଓ କବୟତ୍ରୀ ଏବଂ ସଂସଦର ସଦସ୍ୟସଦସ୍ୟା ମାନେ ଯୋଗ ଦେଇଥିଲେ । କବିତା ପାଠ କାର୍ଯ୍ୟକ୍ରମରେ କବି ପ୍ରଦୀପ କୁମାର କହଁର,ସୋମନାଥ ସାହୁ, ଗୋପାଳକଷ୍ଣ ପଟ୍ଟନାୟକ,ଶରତଚନ୍ଦ୍ର ମହାନ୍ତି,ପ୍ରଶାନ୍ତକୁମାର ବେହେରା ,ଓମ୍ପ୍ରକାଶ ପଣ୍ଡା ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ପ୍ରଣୟ ସାମନ୍ତରାୟ ପ୍ରମୁଖ ସେମାନଙ୍କର ସ୍ୱ ରଚିତ କବିତା ଆବୃତି କରିଥିଲେ । ଅଧ୍ୟାପକ ଡକ୍ଟର ପୂର୍ଣେନ୍ଦୁ ତ୍ରିପାଠୀ କବିତା ଗୁଡିକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ କରୋନା ମହାକାଳ ସମୟରେ ଦିବଙ୍ଗତ ସାରସ୍ୱତ ପ୍ରତିଭା ଓ ବ୍ୟକ୍ତି ବିଶେଷଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ସମ୍ପାଦକ ଡକ୍ଟର କାହ୍ନୁ ଚରଣ ଶତପଥୀ ଆଗାମୀ ଦ୍ୱାଦଶ କନ୍ଧମାଳ ପୁସ୍ତକ ଉସôବ ଓ ସାଂସ୍କୃତିକ ମେଳା ସମ୍ପର୍କରେ ସୂଚନା ଦେଇଥିଲେ । ଆଗାମୀ ୧୦ ତାରିଖ ଦିନ ଏ ସମ୍ପର୍କିତ ବିଧିବଦ୍ଧ ଆଲୋଚନା କରାଯିବ । କବିତା ଗୁଡିକୁ କବି ବିଷ୍ଣୁ ପ୍ରସାଦ ମିଶ୍ର ସମୀକ୍ଷା କରିଥିବା ବେଳେ ଶ୍ରୀମତୀ ସରସ୍ୱତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲାର ବହୁ ସାହିତ୍ୟ ଓ ସଂସ୍କୃତି ପ୍ରେମି ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନ ତରଫରୁ ଚଳିତ ବର୍ଷ ହେବାକୁ ଥିବା ପୁସ୍ତକ ଉସôବ ଅବସରରେ କନ୍ଧମାଳ ଜିଲ୍ଲାର ବହୁ ବିଶିଷ୍ଟ ପ୍ରତିଭାଧାରୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ । ଏଣୁ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ମାନେ ଆବେଦନ କରିବା ପାଇଁ ସମ୍ପାଦକ ଅନୁରୋଧ କରିଛନ୍ତି । ଆଗାମୀ କନ୍ଧମାଳ ପୁସ୍ତକ ଉସôବ ଓ ସାଂସ୍କୃତିକ ମେଳା ପାଇଁ ଅନୁଷ୍ଠାନ ତରଫରୁ ବନଜୋସନ୍ନା ସ୍ୱତନ୍ତ୍ର ସଂଖ୍ୟା ପାଇଁ ଲେଖକ ମାନେ ନିଜସ୍ୱ ରଚିତ ଉପାଦେୟ ଲେଖା ଚଳିତ ମାସ ଶେଷ ସୁଦ୍ଧା ସଂସଦ ଠିକଣାରେ ପଠାଇ ପାରିବେ ବୋଲି ଆଲୋଚନା କରାଯାଇଛି ।