Odisha news

ଥଇଥାନ ନ କରି ଉଚ୍ଛେଦ କରାଗଲେ ଆନେ୍ଦାଳନ କରିବେ ଉଠା ଦୋକାନୀ

0

ତିହିଡି,୩୧/୧୨: ତିହିଡି ବଜାର ମେଡିକାଲ ପାଶ୍ୱର୍ରେ ଥିବା ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବାକୁ ଯୋଜନା କରାଯାଇଛି । ବଜାରର କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହ ଥଇଥାନ ନ କରି ଉଚ୍ଛେଦ କରାଗଲେ ସେମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ସଂଘର କର୍ମକର୍ତ୍ତାମାନେ ତହସିଲଦାରଙ୍କୁ ଭେଟି ଏ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନେ ମଧ୍ୟ ଏଥିନେଇ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂଘ ପକ୍ଷରୁ ଦର୍ଶାଯାଇଛି ଯେ, ସେମାନେ ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି ।

ଯଦି ଏହି ଦୋକାନ ଗୁଡିକୁ ଉଚ୍ଛେଦ କରାଯାଏ ସେମାନେ ଆର୍ଥିକ କ୍ଷତି ସହିବା ସହିତ ପରିବାରର ସଦସ୍ୟ ମାନେ ଭୋକ ଉପାସରେ ଛଟପଟ ହେବେ । କୋରୋନା ମହାମାରୀର ପ୍ରଭାବ ସାରା ବିଶ୍ୱ ଭୋଗୁଥିବା ବେଳେ ଗରିବ ଉଠା ଦୋକାନୀ ଉଠାଯିବା ଲାଗି କରାଯାଇଥିବା ଚକ୍ରାନ୍ତକୁ ସେମାନେ ନିନ୍ଦା କରିଛନ୍ତି । ଯେଉଁମାନେ ପ୍ରକୃତରେ ଥଇଥାନ ହୋଇଛନ୍ତି ସେମାନଙ୍କୁ ଚିହ୍ନଟ କରି ଉଚ୍ଛେଦ କରାଯିବା ସହ ଥଇଥାନ ହୋଇନଥିବା ଉଠାଦୋକାନୀକୁ ଉଚ୍ଛେଦ ନ କରିବାକୁ ସେମାନେ ଦାବି ଜଣାଇଛନ୍ତି । ଉଠା ଦୋକାନୀ ନାରାୟଣ କୁମାର ନାଥ, କୃଷ୍ଣଚନ୍ଦ୍ର ପୁଷ୍ଟି, ଲକ୍ଷ୍ମୀଧର ନାୟକ, ହେମନ୍ତ ନାଥ, ଦୀପକ ବେହେରା, ବିଜୟ ବେହେରା, ବିଦ୍ୟାଧର ପାଳ, ଗୌରାଙ୍ଗ ଦାସ, ରଘୁନାଥ ନାୟକ ଓ ପ୍ରଫୁଲ୍ଲ ମହାରଣା ପ୍ରମୁଖ ସଂଘର କର୍ମକର୍ତ୍ତା ତହସିଲଦାରଙ୍କୁ ଭେଟିଥିଲେ ।

Leave A Reply