Odisha news

ଜମିଜମାକୁ ନେଇ ଆକ୍ରମଣରେ ବୃଦ୍ଧଙ୍କ ସମେତ ୪ ଆହତ

0

ତିହିଡି,୩୦/୧୨: ତିହିଡି ଥାନା ବାରସର ପଞ୍ଚାୟତ ଅଧିନ ନୂଆବନ୍ଧ ଗୋପାଳସାହି ଗାଁରେ ମଙ୍ଗଳବାର ସକାଳେ ଜମିଜମାକୁ ନେଇ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଏଥିରେ ଗଗନ ଦାସ ନାମକ ଜଣେ ବୃଦ୍ଧଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ଏ ସଂପର୍କରେ ତିହିଡି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ଜମିଜମାକୁ ନେଇ ଗଗନଙ୍କ ସହି ଗାଁ ଅନ୍ୟ ଏକ ପରିବାରର ଶତ୍ରୁତା ଉପୁଜିଥିଲା । କେତକ ଭଦ୍ରବ୍ୟକ୍ତିଙ୍କ ମାଧ୍ୟମରେ ଏହାର ଆପୋଷ ସମାଧାନ କରାଯାଇଥିଲା ।

ତେବେ ମଙ୍ଗଳବାର ସକାଳେ ଅପରପକ୍ଷର କେତେକ ବ୍ୟକ୍ତି ଗଗନଙ୍କ ଜାଗାରେ ବାଡ ପୋତୁଥିବା ବେଳେ ଗଗନ ଏହାର ପ୍ରତିବାଦ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଗଗନଙ୍କୁ ଆକ୍ରମଣ କରିଥିଲେ । ଗଗନଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ପରିବାରର ଅନ୍ୟ ୩ ଜର ସାବିତ୍ରୀ ଦାସ, ସସ୍ମିତା ଦାସ ଓ ରଞ୍ଜିତା ଦାସ ଆହତ ହୋଇଛନ୍ତି । ତେବେ ଗୁରୁତର ଆହତ ହୋଇଥିବା ଗଗନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply