Odisha news

ବ୍ୟାଙ୍କରୁ ଋଣ ନ ପାଇ ଆମରଣ ଅନଶନରେ ବସିଲେ ଦିବ୍ୟାଙ୍ଗ

0

ତିହିଡି,୨୯/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରୋ ପଞ୍ଚାୟତ ଅଧିନ ଦହପାଣିଆ ଗ୍ରାମର ଆଲୋକ ଚନ୍ଦ୍ର ନାୟକ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଆଜି ବିଲଣା ଗ୍ରାମ୍ୟ ବ୍ୟାଙ୍କ ସାମ୍ନାରେ ଆମରଣ ଅନଶନରେ ବସିଛନ୍ତି । ବିଲଣା ଗ୍ରାମ୍ୟ ବ୍ୟାଙ୍କ ଆଲୋକଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଋଣ ପ୍ରଦାନ କରୁ ନଥିବାରୁ ସେ ଏ ପ୍ରକାର ନିଷ୍ପତ୍ତି ନେଇଛନ୍ତି । ବ୍ୟାଙ୍କର ଏ ପ୍ରକାର ମନୋମୁଖୀ କାର୍ଯ୍ୟ ପ୍ରତିବାଦରେ ଆଲୋକ ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ଓଡିଶା ରିଜର୍ଭ ବ୍ୟାଙ୍କ ଶାଖାର ଉପମୁଖ୍ୟ, ଜିଲ୍ଲାପାଳ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋକ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି ।

କୋରୋନା ପାଇଁ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଦୋହଲି ଯାଇଛି । ଆତ୍ମ ନିର୍ଭରଶୀଳ ହେବା ସହିତ ପରିବାର ପ୍ରତିପୋଷଣ ଲାଗି ସେ ଏକ ଫିନାଇଲ ତିଆରି କାରଖାନା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସେଥିପାଇଁ ସେ ଜିଲ୍ଲା ଶିଳ୍ପ ବିଭାଗ ଅଧିନରେ ଋଣ ପାଇଁ ଗତ ୦୩-୦୮-୨୦ ତାରିଖରେ ଆବେଦନ କରିଥିଲେ । ପରେ ଶିଳ୍ପ ବିଭାଗ ପକ୍ଷରୁ ଆଲୋକଙ୍କୁ ଋଣ ପ୍ରଦାନ ପାଇଁ ବ୍ୟାଙ୍କକୁ ନିଦେ୍ର୍ଦଶ ଦେଇଥିଲେ । ଆଲୋକ ବିଲଣାସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ବାରମ୍ବାର ଯାଇଥିଲେ ମଧ୍ୟ ତାଙ୍କୁ ଋଣ ମିଳି ପାରିନାହିଁ । ବ୍ୟାଙ୍କର ପରିଚାଳକ ବିଭିନ୍ନ ଆଳ ଦେଖାଇ ତାଙ୍କୁ ଋଣ ମଞ୍ଜୁର କରୁନଥିବା ଆଲୋକ ଅଭିଯୋଗରେ ଦର୍ଶାଇଥିଲେ ।

Leave A Reply