Odisha news

ତିହିଡିରେ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

0

ତିହିଡି,୨୮/୧୨: ଭଦ୍ରକ ଜିଲ୍ଲା ଅଧିନ ତିହିଡି ବ୍ଳକ କଂଗ୍ରେସ ପକ୍ଷରୁ ୧୩୬ ତମ ପ୍ରତିଷ୍ଠା ଦିବସ ଆଜି କମାରିଆ ବଜାର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବ୍ଲକ ସଭାପତି ସରୋଜ ଦାସ ଅଧ୍ୟକ୍ଷତା କରିଥିଲେ । ବାସୁଦେବପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଅଶୋକ ଦାସ, ଚାନ୍ଦବାଲିର ନେତା ଦିଗମ୍ବର ଦାସ, ଧାମନଗରର ନେତା ବିଦ୍ୟାଧର ଜେନା, ସୁଦର୍ଶନ ସ୍ୱାଇଁ, ଦିବ୍ୟସିଂହ ବଳ, ବାଇଧର ଘଡାଇ, ଗୋପାଳଚନ୍ଦ୍ର ଦାସ, ନିରଞ୍ଜନ ପଲାଇ, ପ୍ରଶାନ୍ତ ବରାଳ, ପଦ୍ମାବତୀ ଜେନା ଅତିଥିଭାବେ ଯୋଗଦେଇଥିଲେ । ଦଳକୁ ପଞ୍ଚାୟତସ୍ତରରୁ ବ୍ଲକ ଯାଏଁ ସୁଦୃଢ କରିବା ପାଇଁ ସମସ୍ତ କର୍ମୀ ଓ ନେତା ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରରେ ବରିଷ୍ଠ ନେତା ଗୋପବନ୍ଧୁ ପଣ୍ଡା ଓ ତାପସ ସିଂ ନାୟକଙ୍କୁ ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ପ୍ରତାପ ସାହୁ, ମୀନକେତନ ସେନାପତି, ଭାସ୍କର ନାଥ, ଜଗନା୍ନଥ ମଳିକ, ରମାକାନ୍ତ ବାରିକ, ସାମ୍ୟରଞ୍ଜନ ନାୟକ ଓ ବିକ୍ରମ ଜେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply