ତିହିଡି,୨୬ ।୦୯(Jadumani Panigrahi):ତିହିଡି ଥାନା ଅନ୍ତର୍ଗତ ତାଳପଦା ଆକ୍ରମଣ ଘଟଣାରେ ତିହିଡି ପୋଲିସ ୧୧ଜଣଙ୍କ ନାଁ ମାମଲା ରୁଜୁ କରିଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୧୦.୩୦ ବେଳେ ଏହି ଥାନାଧିନ ତାଳପଦା ଜେନାସାହିରେ ସାମାନ୍ୟ ତାସ ଖେଳକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିଥିଲା ଏବଂ ଯାହା ପରର୍ତ୍ତୀ ସମୟରେ ମାରଣାସ୍ତ୍ରରେ ହଣାକଟା ପଯର୍ୟନ୍ତ କଥା ଯାଇଛି । ଏହି ଗଣ୍ଡଗୋଳରେ ସରସ୍ୱତୀ ଯେନାଙ୍କ ବେକକୁ ହଣା ଯାଇଥିବା ବେଳେ ଗୌତମ ଯେନାଙ୍କ ମୁଣ୍ଡ ଓ ହାତ ଏବଂ ଗର୍ଭବତୀ ମହିଳା କବିତା ଯେନାଙ୍କ ହାତକୁ ହଣା ଯାଇଛି । ଗୁରୁତର ଆହତ ଏହି ୩ ଜଣ ଏବେ ଡାକ୍ତରଖାନାରେ ଚିିକିତ୍ସିତ ହେଉଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେହିପରି ରତ୍ନାକର ଯେନା, ସୋମନାଥ ଯେନା ଓ ସବିତା ଯେନା ପ୍ରମୁଖ ଆହତ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ପୁଲିସ ତଦନ୍ତ କରି ରତ୍ନାକର ଯେନାଙ୍କ ଅଭିଯୋଗକ୍ରମେ ଥାନାରେ ୧୧ ଜଣଙ୍କ ବିରୋଧରେ ଏକ ମାମଲା ୩୮୪/୨୦ରୁଜୁ କରିବା ସହିତ ମନୋଜ ଯେନା, ସରୋଜ ଯେନା, ଦିଲ୍ଲୀପ ଯେନା ଓ ସୁଧିର ଯେନା ପ୍ରମୁଖ ୪ ଜଣକୁ ପୁଲିସ ଗିରଫ୍ କରିଥିବା ସୂ‘ନା ମିଳିଛି । ସୂଚନା ଥାଉକି, ତାଳପଦା ଜେନାସାହିରେ ତାସଖେଳକୁ କେନ୍ଦ୍ରକରି କାହ୍ନା ଯେନା ଓ ରତ୍ନାକର ଯେନାଙ୍କ ମଧ୍ୟରେ ପ୍ରଥମେ ଝଗଡା ଓ ପରେ ଗଣ୍ଡଗୋଳ ହୋଇଥିଲା । କିଛି ସମୟ ପରେ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ଆପୋଷ ସମାଧାନ ହୋଇଥିଲେ ମଧ୍ୟ ପରେ କାହ୍ନା ଯେନା ରାଗ ରଖି ରତ୍ନାକରଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ରତ୍ନାକରଙ୍କୁ ବଞ୍ଚାଇବା ଲାଗି ଯାଇଥିବା ଅନ୍ୟ ୫ଜଣଙ୍କୁ ଆକ୍ରମଣ କରିଥିବା ଏତଲାରେ ଦର୍ଶାଯାଇଛି