Odisha news

ସାଳନ୍ଦୀ ଓ ନାଳିଆ ନଈର ଉଛୁଳା ପାଣି ସ୍ଥାନୀୟ ଲୋକଙ୍କ ଅସହଯୋଗ ଆଡି ବନ୍ଧ ନିର୍ମାଣରେ ପ୍ରତିବନ୍ଧକ ସାଜିଛି

0

ତିହିଡି : ସାଳନ୍ଦୀ ଓ ନାଳିଆ ନଈର ଉଛୁଳା ପାଣି ତିହିଡି ବ୍ଲକର ବାରୋ, ବୋଡକ, ତଳଗୋପବିନ୍ଧା, ବିଲଣା ଓ କାଁପଡା ପଞ୍ଚାୟତର ଶହ ଶହ ହେକ୍ଟର ଧାନ ·ଷ ଜମିରେ ମାଡିଯିବା ଦ୍ୱାରା ଧାନ ତଳି ଓ ରୁଆ ଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଦିନେ ଦୁଇଦିନ ନୁହେଁ ଗତ ଏକ ସପ୍ତାହ ଧରି ଏହି ପଞ୍ଚାୟତଗୁଡିକର ·ଷ ଜମିରେ ବନ୍ୟା ପାଣି ଜମିରହିଛି । ଦିନେ ଦୁଇଦିନ ଜଳସ୍ତର ସ୍ଥିର ଥିବାବେଳେ ସୋମବାର ଠାରୁ ପୁଣି ଜଳସ୍ତର ବୃଦ୍ଧି ପାଇଛି । ସାଳନ୍ଦୀ ଅପେକ୍ଷା ନାଳିଆ ନଈର ବନା ପାଣି ଚାଷୀଙ୍କୁ ଅଧିକ କ୍ଷତିଗ୍ରସ୍ତ କରାଇଛି । ବିଗତ ବର୍ଷ ଗୁଡିକରେ ସାଳନ୍ଦୀ ସଂସ୍କାର କାର୍ଯ୍ୟ କରାଯାଇଥିବା ବେଳେ ଚଳିତ ବର୍ଷ କେତେକ ସ୍ଥାନରେ ଆଡି ବନ୍ଧ ନିର୍ମାଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯିବା ସହ କାର୍ଯ୍ୟାରମ୍ଭ ହୋଇଥିଲା ।

ମାତ୍ର ସ୍ଥାନୀୟ କେତେକ ଲୋକଙ୍କ ଅସହଯୋଗରୁ ଏହି କାର୍ଯ୍ୟ ଏବେବି ଅଧପନ୍ତରିଆ ହୋଇ ପଡିରହିଛି । ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାଯାଇଛି । ଅନ୍ୟପଟେ ଆଡି ବନ୍ଧ ନିର୍ମାଣ ସମୟରେ ଏହାକୁ ବିରୋଧ କରୁଥିବା ଲୋକଙ୍କ ବିରୁଦ୍ଧରେ ଥାନାରେ ଏତଲା ହୋଇଥିବା ବେଳେ ରାଜନୈତିକ ·ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତ ଦୂରର କଥା ଏହାର ତଦନ୍ତ ବି କରାଯାଇନି । ଯାହା ଫଳରେ ଆଡି ବନ୍ଧ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଯାଇଛି । ଆଉ ଏବେ ହଦଗଡ ଡ୍ୟାମରୁ ପାଣି ଛଡା ଯିବାପରେ ଏହିସବୁ ପଞ୍ଚାୟତର ଚାଷ ଜମି ଜଳମଗ୍ନ ହେଉଛି ବୋଲି ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଜଳସ୍ତର କମିଯିବା ପରେ ତୁରନ୍ତ ଉକ୍ତ ଘାଇ ଗୁଡିକୁ ମାଟି ପକାଇ ଆପାତତଃ ମରାମତି କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି । ଚଳିତ ବର୍ଷା ଋତୁପରେ ଆଡି ବନ୍ଧ ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ସାଳନ୍ଦୀ ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ଆର୍ତ୍ତତ୍ରାଣ ସାହୁଙ୍କ ଠାରୁ ସୂଚନା ମିଳିଛି । ହଦଗଡ ଡ୍ୟାମରେ ଆବଶ୍ୟକତା ଠାରୁ ଅଦôକ ପାଣି ହେବାରୁ ବିପଦ ସଂକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେଣୁ ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ଶ୍ରୀ ସାହୁ କହିଛନ୍ତି । ଉକ୍ତ ପାଣିକୁ ଭଦ୍ରକ ବ୍ଲକ ଦୁର୍ଗାପୁର ବ୍ୟାରେଜ ଠାରେ ଆବଶ୍ୟକ ଅନୁଯାୟୀ ନାଳିଆ ନଈକୁ ଛଡା ଯାଇଥାଏ । ଏଥିପାଇଁ ମୋଟ ୨୧ଟି ଗେଟ୍ ରହିଥିବା ବେଳେ ସଂପ୍ରତି ୯ଟି ଗେଟ୍ ଖୋଲାଯାଇଛି ଯାହା ତଳିଆ ଅଞ୍ଚଳରେ ଚାଷ ଜମିକୁ କ୍ଷତି ଘଟାଇଛି । ଅନ୍ୟପଟେ ଆହାରପଦା ଦେଇ ଏହି ଉଛୁଳା ବନ୍ୟା ପାଣିକୁ ଦଶମୌଜା କେନାଲରେ ଛାଡିବା ସମ୍ଭବ ହେଉନଥିବା ସେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ହଦଗଡ ଡ୍ୟାମରୁ ପ୍ରଥମ ଦଫାରେ ୩ ହଜାର କୁ୍ୟସେକ୍ ଜଳ, ପରେ ୨ହଜାର ୪ଶହ ଓ ଏବେ ୨ ହଜାର କୁ୍ୟସେକ୍ ଛଡା ଯାଇଛି ।

Nalco
Leave A Reply