ତିହିଡି (Jadumani Panigrahi): ତିହିଡି ବ୍ଲକରେ କରୋନାରେ ଦୁଇ ଦିନରେ ୨ ଜଣଙ୍କର ଦୁଃଖଦ ମୃତୁ୍ୟ ଘଟିଛି । ଏଭଳି ଅଭାବନୀୟ ଘଟଣାକୁ ନେଇ ସାଧାରଣରେ ଗଭୀର ଶୋକ ପ୍ରକାଶ ପାଇଛି । ଏହି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରେନ୍ଦ୍ର କୁମାର ମହାନ୍ତିଙ୍କ ସାନପୁଅ ଜଗତଜୀବନ ମହାନ୍ତି(୩୪)ଙ୍କର ଗତକାଲି ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତୁ୍ୟ ଘଟିଛି ।
ଜଗତ ଜୀବନ ଭୁବନେଶ୍ୱର ଏୟାରଟେଲ କମ୍ପାନୀରେ ଚାକିରି କରିଥିବା ବେଳେ ସେଠାରେ ମଧ୍ୟ ରହୁଥିଲେ । ସେ ନିମୋନିଆ ଓ କାଡିଆକ୍ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ମୃତୁ୍ୟରେ ତାଙ୍କ ସେହିପରି ଆଜି ଅପରାହ୍ଣରେ ଏହି ବ୍ଲକ ଅନ୍ତର୍ଗତ ଭାଟପଡା ପଞ୍ଚାୟତ ହରିପୁର ଗାଁର ରାମକୃଷ୍ଣ ଦାସଙ୍କ ବଡପୁଅ ତଥା ଯୁବ ଓøଷଧ ବ୍ୟବସାୟୀ ବିବେକାନନ୍ଦ ଦାସ(୫୨)ଙ୍କ ଭଦ୍ରକସ୍ଥିତ ସାଳନ୍ଦୀ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ଘଟିଛି ।
ଶ୍ରୀ ଦାସଙ୍କୁ ପ୍ରଥମେ ଜ୍ୱର ହୋଇଥିଲା ଓ ସେ ଏଥିରୁ ସୁସ୍ଥ ହୋଇଥିଲେ । ତେବେ ପରେ ପୁଣିଥରେ ତାଙ୍କୁ ଜ୍ୱର ଓ ନିମୋନିଆ ହୋଇଥିଲା ଓ ତାଙ୍କର ରକ୍ତ ନମୁନା ପରୀକ୍ଷା ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ତେଣୁ ତାଙ୍କୁ ଭଦ୍ରକ ସାଳନ୍ଦୀ କୋଭିଡ ହସ୍ପିଟାଲରେ ଭତ୍ତି କରାଯାଇଥିଲା । ଆଜି ସେ ନିଃଶ୍ୱାସ ଓ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେବେ ସେଠାରେ ଭେଣ୍ଟିଲେଟରର ସୁବିଧା ନଥିବାରୁ ତାଙ୍କୁ କଟକ ନେବାକୁ ପରାମର୍ଶ ଦିଆଯାଇଥିଲା । ତେବେ ପରିବାର ଲୋକେ ତାଙ୍କୁ କଟକ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ତାଙ୍କ ମୃତୁ୍ୟରେ ତିହିଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।