Odisha news

କଲରାପତରିଆ ବାଘ ଚମଡା ଚୋରା କାରବାର ବାଇକ ଜବତ ସହ ୪ ଗିରଫ

0

ବାରିପଦା : ଦୀର୍ଘ ଅଢେଇମାସର ଅକ୍ଲାନ୍ତ ପରିଶ୍ରମ ପରେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡକୁ ମିଳିଛି ଏକ ବଡସଫଳତା । ତିନିଫୁଟ ଲମ୍ବର କଲରାପତରିଆ ବାଘ ଚମଡା ସହ ୪ଜଣଙ୍କୁ ଗିରଫ କରିଛି ବନବିଭାଗ । ଘଟଣାରୁ ପ୍ରକାଶ ଯେ, ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିଦେ୍ର୍ଦଶକ କପିଲ ଦାସ ଏକ ବିଶେଷ ସୁତ୍ରରୁ ବାଘ ଚମଡା କାରବାର କରାଯାଉଥିବା ଖବର ପାଇଥିଲେ ।

ଏନେଇ ସେ ଏକ ସୁଚିନ୍ତିତ ଯୋଜନା କରିବା ସହ ବାଘ ଚମଡା କାରବାର କରୁଥିବା ବେପାରୀଙ୍କୁ ଧରିବା ପାଇଁ ଏକ ୨୦ଜଣିଆ ଟିମ୍ ଗଠନ କରିଥିଲେ । ବାଘ ଚମଡା କିଣିବାପାଇଁ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋଭ ଦେଖାଇଥିଲେ ବେପାରୀଙ୍କୁ । ଫଳରେ ବେପାରୀ ଜଣଙ୍କ ବାଘ ଚମଡା ବିକ୍ରି କରିବା ପାଇଁ ରାଜି ହୋଇଥିଲା । ଯୋଜନା ମୁତାବକ ଟଙ୍ଗାବିଲା ନିକଟରେ ଏକ ବାଇକରେ କରଞ୍ଜିଆ ଅଞ୍ଚଳର ସୁବାଷ ସାହୁ, କ୍ଷୀରୋଦ ମହାନ୍ତ ଓ ରଂଜିତ ନାଏକ ବାଘ ଚମଡା ବିକ୍ରି କରିବା ପାଇଁ ଆସିଥିବାବେଳେ ବନବିଭାଗ ହାତରେ ଧରାପଡିଯାଇଥିଲେ ।

ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଉକ୍ତ କାରବାରରେ ଠାକୁରମୁଣ୍ଡା ଡାକ୍ତରଖାନାରେ ସୁଇପର ଭାବେ କାର୍ଯ୍ୟ କରୁଥିବା ଗଣେଶ୍ୱର ସିଂ ମଧ୍ୟ ଏହି କାରବାର ସାମିଲ ଥିବା ପ୍ରକାଶ କରିବା ପରେ ବନବିଭାଗ ଗଣେଶ୍ୱରଙ୍କୁ ମଧ୍ୟ ଗିରଫ କରିଥିଲେ । ରବିବାର ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ବାଘ ଚମଡା କାରବାରର ମୂଳଚେରକୁ ଧରିବା ପାଇଁ ତନାଘନା ଚଲାଇଥିବା ଉପନିଦେ୍ର୍ଦଶକ ଶ୍ରୀ ଦାସ ସୂଚନା ଦେଇଛନ୍ତି । ଏଥିସହ ବନବିଭାଗ ପକ୍ଷରୁ ଏହି ବାଘଟିକୁ ଦୁଇବର୍ଷ ତଳେ ଶିମିଳିପାଳ ଅଭୟାରଣ୍ୟରେ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଇଛି ।

Leave A Reply