Odisha news

ମନ୍ତ୍ରୀ ବିକ୍ରମ ଆରୁଖ ଭିଡିଓ କନଫେରେନ୍ସି ଜରିଆରେ ଜିଲ୍ଲାର ଜନପ୍ରତିନିଧିଙ୍କ ସହ ଆଲୋଚନା

0

ଭଞ୍ଜନଗର – ବିଶ୍ୱ ମହାମାରୀ କରୋନାର ସଠିକ ମୁକାବିଲା ସହ ଜନପ୍ରତିନିଧିମାନେ ଜିଲ୍ଲାବାସୀଙ୍କୁ ଏଥିନେଇ ସଚେତନ କରିବାର ସମୟ ଆସିଛି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ଆବଶ୍ୟକୀୟ ପଦକ୍ଷେପକୁ ଜିଲ୍ଲାବାସୀ ଯେଭଳି ଗ୍ରହଣ କରିବେ ସେଥିପାଇଁ ବ୍ୟପକ ସଚେତନତା ସୃଷ୍ଟି କରାଯିବା ଜରୁରୀ ବୋଲି ଭିଡିଓ କନଫେରେନ୍ସି ଜରିଆରେ ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜିଲ୍ଲାର ସମସ୍ତ ସାଂସଦ, ବିଧାୟକ ତଥା ବାଚସ୍ପତି ସୂର୍ଯନାରାୟଣ ପାତ୍ରଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଭିଡିଓ କନଫେରେନ୍ସି ବେଳେ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହି ଜନପ୍ରତିନିଧିଙ୍କ ସମ୍ବେଦନଶୀଳତାକୁ ବୁଝିବାସହ ଖୁବଶୀଘ୍ର ସାରା ଜିଲ୍ଲାରେ ସଚେତନତାର ବାର୍ତ୍ତା ଡାକବାଜି ଯନ୍ତ୍ର ମାଧ୍ୟମରେ ପହଞ୍ଚାଇବାକୁ ନିଷ୍ପତି ଗ୍ରହଣ କରିଛନ୍ତି । କରୋନା ମହାମାରୀ ଏବେ ଜିଲ୍ଲାରେ ବେଶ ଆତଙ୍କ ରଚିଛି । ଲୋକମାନେ ଏବେ ଏହାକୁ ନେଇ ଭୟଭୀତ ହୋଇପଡିଛନ୍ତି । ତେବେ ଜନସାଧାରଣ ଏଥିରେ ଭୟଭୀତ ହେବାର କିଛି କାରଣନାହିଁ । କାରଣ ଜିଲ୍ଲାରୁ କେହି କରୋନା ଭୁତାଣୁ ସଂକ୍ରମଣର ଶୀକାର ଏଯାଏଁ ହୋଇନାହାନ୍ତି । କେବଳ ପ୍ରବାସୀ ଓଡିଆମାନେ ଏଥିରେ ସଂକ୍ରମିତ ହୋଇଛନ୍ତି ଓ ଏମାନେ ସଭିଏଁ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରହିଛନ୍ତି ।

ସଂଗରୋଧ କେନ୍ଦ୍ରରୁ ହିଁ ପଜିଟିଭ ଚିହ୍ନଟ ହେବାପରେ ଏମାନଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ତେଣୁ ଜନସାଧାରଣ ଏଥିରେ ଭୟଭୀତ ନହୋଇ କରୋନାର ସଠିକ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରୀ କରାଯାଇଥିବା ଗାଇଡ ଲାଇନକୁ ମାନି ଚଳିବାକୁ ମନ୍ତ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି । ସୁଚନାଯୋଗ୍ୟଯେ ଜିଲ୍ଲା ପ୍ରଶାସନ ଏବେ ବିଭିନ୍ନ ସଂଗରୋଧ କେନ୍ଦ୍୍ର ଓ ତତ୍ସଂଲଗ୍ନ ଅଂଚଳର ଶହେ ମିଟର ପରିଧି ଭିତରେ ୧୪୪ ଧାରା ଜାରୀ କରିଛନ୍ତି ।

ଏଣୁ ଜନସାଧାରଣ ଏହି ନିୟମକୁ ମାନିବାସହ କୌଣସି ପରିସ୍ଥିତିରେ ମଧ୍ୟ ସଂଗରୋଧ କେନ୍ଦ୍ରକୁ ନଯିବା ଉଚିତ । ଫଳରେ ଏହି ଭୁତାଣୁ ଜିଲ୍ଲାରେ ବ୍ୟାପିବାକୁ ଆମେ ସଫଳତାର ସହ ରୋକିପାରିବା । ଆଉ କରୋନା ହାରିବ, ଆମେ ନିଶ୍ଚୟ ଜିତିବାବୋଲି ମନ୍ତ୍ରୀ ଆରୁଖ ଉଲ୍ଲେଖ କରିଥିଲେ । ଭଞ୍ଜନଗର ବ୍ଲକ କନଫେରେନ୍ସ ହଲରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଜିଲ୍ଲାର ସମସ୍ତ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିବାବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବିଡିଓ ଅନୀଲ କୁମାର ସେଠୀ ଉପସ୍ଥିତ ରହିଥିଲେ ।

ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନାବେଳେ ମନ୍ତ୍ରୀ ଆରୁଖ ଆଜିସୁଦ୍ଧା ଜିଲ୍ଲାକୁ ୩୮ହଜାର ପ୍ରବାସୀ ଓଡିଆ ଆସିଥିବାବେଳେ ଆଗକୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବବୋଲି ସୁଚନା ଦେଇଛନ୍ତି । ତେବେ ସମସ୍ତ ପ୍ରବାସୀ ଓଡିଆ ସଂଗରୋଧ କେନ୍ଦ୍ରରେ ହିଁ ରହିବା ବ୍ୟବସ୍ଥା କରାଯାଇଥିବାରୁ ଏଥିରେ ଜିଲ୍ଲାବାସୀ ଭୟଭୀତ ନହୋଇ ମାସ୍କ ପିନ୍ଧିବାସହ ସାବୁନରେ ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷାକରିବାସହ ଏହି ମହାମାରୀକୁ ରୋକିବାରେ ସମର୍ଥ ହେବେବୋଲି ସେ ଆଶାବ୍ୟକ୍ତ କରିଥିଲେ ।

Har Ghar Tiranga

Leave A Reply