ଗୁଜୁରାଟ: ସହର ଭିତରେ କଲରା ପତରିଆ ବାଘକୁ ଧରିବାକୁ ଉଦ୍ୟମ କରି ୪ ଆହତ । ଘଟଣା ଗୁଜରାଟ ଦାହୋଦ ସହରର ଦାହୋଦର ଏକ ସୋସାଇଟି ଭିତରେ ଘଟିଛି ।
ଖବର ଅନୁଯାୟୀ, ଆଜି ସକାଳୁ ଏକ କଲରା ପତରିଆ ବାଘ ସହର ଭିତରକୁ ପଶିଯାଇଥିବା ଲୋକେ ଦେଖିବାକୁ ପାଇଥିଲେ । ଜନବସତି ଭିତରେ ହଠାତ ବାଘର ଉପସ୍ଥିତି ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ ।
ବନ ବିଭାଗ ଅଧିକାରୀ ସାଜ ସରଞ୍ଜାମ ଧରି ବାଘକୁ ଧରିବାକୁ ଉଦ୍ୟମ କରିଥିଲେ ବି ସେମାନଙ୍କୁ ଦୀର୍ଘ ସମୟ ଧରି ଚଖମା ଦେଇ ଛୁ ମାରୁଥିଲା ବାଘ । ତେବେ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବାଘଟି ପିଞ୍ଜରାରେ ଧରା ପଡ଼ିଥିଲା।