Odisha news

ରିଲ୍ ନୁହେଁ ଏଥର ରୀୟଲ୍ ରେ ଦେଖିପାରିବେ ଧଳା ସିଂହ ଓ ଚିତା ନୂଆ ବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

0
ବାରଙ୍ଗ : (ସବ୍ୟୁ)ଏଥର ରିଲ୍ ନୁହେଁ ରିୟଲ ରେ ଧଳା ସିଂହ ଓ ଚିତା କୁ ଦେଖିପାରିବେ ପର୍ଯ୍ୟଟକ । କାହିଁକି ନା ଦୀର୍ଘ ଦିନ ଅପେକ୍ଷା ର ଅନ୍ତ ଘଟିଛି । ଶେଷରେ ନନ୍ଦନକାନନ କର୍ତ୍ତୁପକ୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ ନୂଆ ବର୍ଷରେ ପର୍ଯ୍ୟଟକଙ୍କୁ ଭେଟି ସ୍ୱରୂପ  ଧଳା ସିଂହ, ଚିତା ସହିତ ଦୁବାଇ ସଫାରୀ ପାର୍କରୁ ଆଣୁଛନ୍ତି ବିରଳ ପ୍ରଜାତିର ଜୀବଜନ୍ତୁ । ତା ସାଙ୍ଗକୁ ଦୀର୍ଘ ଦିନ ଧରି ନିସଙ୍ଗ ଜୀବନ ବିତାଉଥିବା ଜିରାଫ ଖୁସି ପାଇଁ ସାଧି ଆଣିବାକୁ ଯାଉଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।ଏହି ଖବର ପ୍ରଚାର ପ୍ରସାର ହେବା ପରେ ପର୍ଯ୍ୟଟକ ଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ତେବେ ଏବେ ଚାଲିଛି  ପର୍ଯ୍ୟଟନ ଋତୁ।ନନ୍ଦନକାନନର ପ୍ରାକୃତିକ ପରିବେଶ ସାଙ୍ଗକୁ ଅତି ନିକଟରୁ ବିରଳ ଜୀବଜନ୍ତୁ ମାନଙ୍କୁ ଦେଖିବା ପାଇଁ ପ୍ରାଣୀ ଉଦ୍ୟାନ ରେ ଭିଡ ଉପରେ ଭିଡ ଦେଖିବାକୁ ମିଳୁଛି। ଏହି ଭିଡ଼ ଟିକେ କମିବା ପରେ ଅଦଳ ବଦଳ ପକ୍ରୀୟା ରେ ଏହି ସବୁ ନୂଆ ଅତିଥି ନନ୍ଦନକାନନ କୁ ଆସିବ ବୋଲି ଜଣାପଡିଛି । ସୂଚନା ମୁତାବକ
  ୨୦୨୪ ମସିହା ଫେବୃୟାରୀ ମାସରେ ନନ୍ଦନକାନନ କର୍ତ୍ତୃପକ୍ଷ ଅଦଳବଦଳ ପ୍ରକ୍ରିୟାରେ ଦୁବାଇ ରୁ  ୪ ଟି ଧଳା ସିଂହ , ୨ସିମ୍ପାଞ୍ଜି,୨ଚିତା,,୨ ଆଫ୍ରିକୀୟ ସିଂହ,୪ ଲେମର ମଙ୍କି,୩ ୱାଲବି,୮ ବବୁନ,୭ ଗ୍ରେ ପାରୋଟ ଏବଂ୫  ନୀଳ ଓ ସୁନେଲି ରଙ୍ଗର ମାକାଓ ଆଣୁଛନ୍ତି । ତା ସହିତ କଲିକତା ଆଲିପୁର ଚିଡ଼ିଆଖାନାରୁ ଜିରାଫ ଆଣିବାକୁ ଯାଉଛନ୍ତି ।
ପ୍ରତି ବଦଳରେ ନନ୍ଦନକାନନରୁ  ୧ ଜଲହସ୍ତି, ୬ ମଣିପୁରୀ ହରିଣ,୫ କୃଷ୍ଣସାର ମୃଗ,୪ କୁଜି ହରିଣ,୨ ଗୟଳ, ୨ଜଙ୍ଗଲି କୁକୁଡ଼ା ଏବଂ ୬ ଟି ଘଡିଆଳ କୁମ୍ଭୀର ଦେବାକୁ ପଡ଼ିବ ବୋଲି ସୂଚନା ମିଳିଛି ।ଏ ସମସ୍ତ ଜୀବଜନ୍ତୁଙ୍କୁ ଆଣିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷ ୨୦୨୩ ମସିହା ଏପ୍ରିଲ ୨୫ ତାରିଖରେ ଅନୁମୋଦନ ପ୍ରକ୍ରିୟା ଚୂଡାନ୍ତ କରିଦେଇଛନ୍ତି। ଆସନ୍ତା ଜାନୁୟାରୀ ଶେଷ ସପ୍ତାହ କିମ୍ବା  ଫେବୃୟାରୀ ମାସରେ ଏ ସମସ୍ତ ଆଫ୍ରିକୀୟ ଜୀବଜନ୍ତୁ ଆସୁ ଥିବାରୁ ନୂଆ ସ୍ଥାନରେ ନୂଆ ନୂଆ ଖୁଆଡ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା  ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବିରଳ ଜୀବଜନ୍ତୁ ଙ୍କୁ ଦେଖିବାକୁ ଆଶା ବାନ୍ଧିଛନ୍ତି ପର୍ଯ୍ୟଟକ ।
Leave A Reply