Odisha news

କରଞ୍ଜିଆ : କଲରାପତରିଆ ବାଘ ଛାଲ ସହ ୬ ଜଣ ଗିରଫ

0

panchpidha: କଲରାପତରିଆ ବାଘ ଛାଲ ମୁଲଚାଲ ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରିଛି।ଘଟଣା ଏହିକି ଯେ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଦୁଧିଆଣି ବନାଞ୍ଚଳ ଯଶିପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ବିଳମ୍ବିତ ରାତ୍ର ପ୍ରାୟ ୧୦.୩୦-୧୧ଟା ସମୟରେ ଏକ କଲରାପତରିଆ ବାଘ ଛାଲ ମୁଲଚାଲ ହେବା ଖବର ଜଙ୍ଗଲ ବିଭାଗ କୈାଣସି ବିଶ୍ୱସ୍ତ ସୂତ୍ରରୁ ଜାଣି ପାରିଥିଲା।ଜଙ୍ଗଲ ବିଭାଗ କର୍ମଚାରୀ ଗଣ ସାଧା ପୋଷାକରେ ସେଠାରେ ପହଞ୍ଚି ଜିନିଷ କିଣିବା ବାହାନାରେ ସେମାନଙ୍କ ସହ ମୁଲଚାଲ କରୁଥିବା ସମୟରେ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିବା ୪ ଜଣଙ୍କୁ ମାଡ଼ି ବସି ଥିଲେ।

ସେମାନଙ୍କ ନିକଟରୁ ବାଘ ଛାଲ ସହ ଏକ ଆଲ୍ଟୋ କାର ମଧ୍ୟ ଜବତ୍ କରି ଦୁଧିଆଣି ବନାଞ୍ଚଳ କାର୍ଯ୍ୟାଳୟ ଠାରେ ରଖି ଅଧିକ ତଦନ୍ତ ଜାରି ରଖିଥିଲା।ଫଳ ସ୍ୱରୁପ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଅଞ୍ଚଳରୁ ଏହି ରାକେଟରେ ସଂପୃକ୍ତ ଥିବା ପୁଣି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବିଷୟ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ଛଡ଼ା ଜଣେ ଖବରଦାତା ମଧ୍ୟ ରହିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୪ ଜଣ ଯଶିପୁର ଅଞ୍ଚଳର,୩ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମଟି ଦୁଧିଆଣି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ହେବା ସହ ତାଙ୍କ ସହ ଜଙ୍ଗଲ ବିଭାଗର କିଛି କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ

Leave A Reply