ବାରଙ୍ଗ : ଆଜି ବିଶ୍ୱ ବ୍ୟାଘ୍ର ଦିବସ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନଲାଇନ ମାମଧ୍ୟରେ କୁଇଜ ଓ ପ୍ରେଣ୍ଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନରେ ନନନ୍ଦକାନନ କର୍ତ୍ତୃପକ୍ଷ ଓ ସମସ୍ତ କର୍ମଚାରୀ ଖୁଆଡକୁ ଖୁଆଡ ବୁଲି ବାଘ ରକ୍ଷଣାବେକ୍ଷଣ ନେଇ ଆଲୋଚନା କରିଥିଲେ । ଓଡ଼ିଶାରୁ ମହାବଳଙ୍କ ସଂଖ୍ୟା କମୁଥିବାରୁ ଶିକାରୀଙ୍କ ଲୋଲୁପଦୃଷ୍ଟି ଏବେ କଲରାପତିରିଆ ବା ଚିତାବାଘ(ଲିଓପାର୍ଡ)ଙ୍କ ଉପରେ ପଡ଼ିଛି । ୨୦୨୦ରେ ଦେଶରେ ୬୫୩ଟି ଚିତାବାଘଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୧ରେ ୩୫୫ଟିର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ମୃତ୍ୟୁ ହୋଇଥିବା ବେଳେ ୧୧୯ଟି ବାଘ ଛାଲ ଦେଶର ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ଓଡ଼ିଶାରେ ୭ ମାସ ମଧ୍ୟରେ ପାଖାପାଖି ୧୮ଟି ବାଘ ଛାଲ ଜବତ ହୋଇଛି । ଅର୍ଥାତ୍ ପ୍ରତି ମାସରେ ଦୁଇରୁ ୩ଟି ଚିତା ବାଘ ଶିକାରୀଙ୍କ ପଞ୍ଝାରେ ପଡ଼ିଛନ୍ତି । ୨୦୦୪ରେ ଓଡ଼ିଶାରେ ୧୯୨ଟି ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର) ଥିଲେ । ୨୦୦୬ରେ ଏହି ସଂଖ୍ୟା ୪୫କୁ ଖସି ଆସିଲା । ମାତ୍ର ଦୁଇ ବର୍ଷ ମଧ୍ୟରେ ୧୪୭ଟି ମହାବଳ ବାଘ କୁଆଡେ ଗଲେ, ତାହାକୁ ନେଇ କିଛି ଦିନ ଧରି ରାଜ୍ୟ ସରକାର ତନାଘନା କଲେ । ହେଲେ କିଛି ସୁରାକ ପାଇଲେ ନାହିଁ । ୨୦୧୦ ଗଣନା ବେଳକୁ ସଂଖ୍ୟା ୩୨କୁ ଖସିଲା ।
୨୦୧୪ରେ ୨୮ରେ ପହଞ୍ଚôବାରୁ ରାଜ୍ୟ ସରକାର ନିଜ ଆଡ଼ ଗଣନା କରି ଦର୍ଶାଇଲେ ଯେ ଓଡ଼ିଶାରେ ୫୮ଟି ମହାବଳ ରହିଛନ୍ତି । ୨୦୧୮ ଗଣନାରେ ବ୍ୟବହୃତ କ୍ୟାମେରା ଟ୍ରାପ୍ରେ ଶିମିଳିପାଳରେ ୮ଟି ମହାବଳ ଓ ସାତକୋଶିଆରେ ମାତ୍ର ଗୋଟିଏ କ୍ୟାମେରାରେ ଦେଖା ଦେଇଥିଲା । ଶିମିଳିପାଳରେ ୧୨ଟି ମହାବଳ ଚଳପ୍ରଚଳ କରୁଥିବା କୁହାଯାଇଥିଲା । ବାକି ଜଙ୍ଗଲରେ କ୍ୟାମେରା ଲଗାଯାଇଥିଲେ ମଧ୍ୟ ମହାବଳଙ୍କ ଉପସ୍ଥିତି କ୍ୟାମେରାକୁ ଆସି ନ ଥିଲା । ତା’ପରେ ବି ବାଘ ଗଣନା ରିପୋର୍ଟ?ରେ ଓଡ଼ିଶାରେ ୨୮ଟି ମହାବଳ ଦର୍ଶା?ଯାଇଥିଲା । ଇତିମଧ୍ୟରେ ୩ ବର୍ଷ ବିତିଗଲାଣି । ଆସନ୍ତା ୪ରୁ ୫ ମାସ ମଧ୍ୟରେ ପୁଣିଥରେ ବାଘ ଗଣନା କରାଯାଇ ୨୦୨୨ରେ ରିପୋର୍ଟ ପ୍ରକାଶ କରାଯିବ । ରାଜ୍ୟରେ ବାଘ ବଂଶ ବଢ଼ିଛନ୍ତି କି ନାହିଁ ତାହା ପଦାକୁ ଆସିବ । ତେବେ ଗତ ୪ରୁ ୫ ବର୍ଷ ହେଲା ଓଡ଼ିଶାରେ ଯେଉଁଭଳି ବାଘ ଛାଲ ଜବତ ହେଉଛି ସେଥିରୁ ଅନୁମାନ କରାଯାଇପାରେ ଓଡ଼ିଶାରେ ବାଘଙ୍କ ସ୍ଥିତି କିଭଳି ଥିବ । ୨୦୧୨ରୁ ୨୦୨୦ ମଧ୍ୟରେ ଓଡ଼ିଶାରେ ୭ଟି ମହାବଳଙ୍କର ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ (ଏନ୍ଟିସିଏ) କହିଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୪ଟି ଓ ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ମହାବଳର ମୃତ୍ୟୁ ହୋଇଛି । ବାକି ଦୁଇଟି ଅନ୍ୟାନ୍ୟ ଜଙ୍ଗଲରେ ହୋଇଥିବା ଦର୍ଶାଯାଇଛି ।
Comments are closed.