ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କ ନିକଟରେ ଥାଇରଏଡ ସମସ୍ୟା ଦେଖା ଯାଉଛି l ଥାଇରଏଡ ପ୍ରଜାପତି ଆକାରର ଗୋଟିଏ ଗ୍ରନ୍ଥି ଅଟେ, ଯାହା ଗଳାରେ ରହିଥାଏ l ଥାଇରଏଡ ୨ପ୍ରକାରର ରହିଥାଏ l ଗୋଟିଏ ହେଉଛି ହାଇପର ଥାଇରଏଡ ଓ ଅନ୍ୟଟି ହେଉଛି ହାଇପୋ ଥାଇରଏଡ l ହାଇପୋ ଥାଇରଏଡ ରେ ପୀଡିତ ଲୋକ କେଶ ଝଡ଼ିବା, ଥକା ଲାଗିବା, ଓଜନ ବଢିବା,ଥଣ୍ଡା ଲାଗିବା,ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l ତେଣୁ ଏହିସବୁ ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ତା ସହିତ କିଛିଟା ଖାଦ୍ୟ ଠାରୁ ମଧ୍ୟ ଦୁରେଇ ରହିବା ଉଚିତ l
ଥାଇରଏଡ ରୋଗୀମାନେ ଏହିସବୁ ଖାଦ୍ୟକୁ ଖାଇବା ଉଚିତ ନୁହେଁ –
* ସୋୟାବିନ :
ଷୋୟାଯୁକ୍ତ ଖାଦ୍ୟ ଓ ସୋୟାବିନ ହାଇପୋ ଥାଇରଏଡ ପାଇଁ ବିପଦପୂର୍ଣ୍ଣ ହୋଇପାରେ l ସୋୟାବିନ ରେ ଫାଇଟୋଏଷ୍ଟ୍ରୋଜନ ରହିଥାଏ l ଯାହା ଥାଇରଏଡ ହର୍ମୋନ କୁ ନିର୍ମାଣ କରୁଥିବା ଏଞ୍ଜାଇମ କୁ ପ୍ରଭାବିତ କରିଥାଏ l
* ବ୍ରକୋଲି ଓ ଫୁଲକୋବି ଭଳି ପରିବା :
କଞ୍ଚା ଓ ଅଧା ରନ୍ଧା ହୋଇଥିବା ପନିପରିବା ଯେପରି ବ୍ରକୋଲି, ଫୁଲକୋବି, ବନ୍ଧା କୋବି ଭଳି ପରିବାରେ ଆଣ୍ଟି ଥାଇରଏଡ ଓ ଗୋଇଟୋଜୋନିକ ଗୁଣ ରହିଥାଏ ଯାହା ଥାଇରଏଡ ପାଇଁ ହାନି କାରକ l ଏହିସବୁ ପରିବାରେ ଆୟୋଡିନ ର ମାତ୍ରା କମ ରହିଥିବା କାରଣରୁ ଥାଇରଏଡ ହର୍ମୋନ ଉତ୍ପାଦନ ହେବାରେ ବାଧା ଉପୁଜିଥାଏ l
* କାଫିନ ଯୁକ୍ତ ପାନୀୟ :
ଥାଇରଏଡ ସମସ୍ୟା ଦେଖା ଦେବା ଦ୍ୱାରା କାଫିନ ଯୁକ୍ତ ଜିନିଷ ଠାରୁ ଦୁରେଇ ରହିବା ଉଚିତ l ଏହା ଆପଣଙ୍କ ଥାଇରଏଡ ଗ୍ଲାଣ୍ଡ କୁ ବଢ଼ାଇ ଔଷଧ ର ପ୍ରଭାବକୁ କମ କରିଥାଏ l
* ମିଠା :
ଥାଇରଏଡ ସମସ୍ୟା ଦେଖାଦେଲେ ଚିନି ଖୁବ କମ ମାତ୍ରାରେ ସେବନ କରିବା ଉଚିତ l ମିଠା ଥାଇରଏଡ ର ଗ୍ରନ୍ଥି କୁ ଅନିୟନ୍ତ୍ରିତ କରି ଦେଇଥାଏ l
* ପ୍ରୋସେସ ଫୁଡ : ଥାଇରଏଡ ରୋଗୀମାନେ ଆଜିକାଲି ର ବିଭିନ୍ନ ପ୍ରକାରରେ ପ୍ରୋସେସ ଫୁଡ ଯାହା ବଜାରରେ ମିଳୁଛି ସେ ସମସ୍ତ ଖାଦ୍ୟାଠାରୁ ଦୁରେଇ ରହିବା ଉଚିତ l
