ବେତନଟୀ, ୧୨/୫ : ସଂପ୍ରତି କରୋନା ଲକଡାଉନ ଚାଲି ଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଗଞ୍ଜା ଲଢ଼େଇ ମାଧ୍ୟମରୋ ଭିଡ ଏକତ୍ରିତ କରିବା ସହିତ ପ୍ରଶାସନକୁ ଚ୍ୟାଲେଞ୍ଜ କରୁଛନ୍ତି । ଏହା ଦ୍ୱାରା ଜିଲ୍ଲାପାଳଙ୍କ କରୋନା ପ୍ରତିବନ୍ଧକ ଓ ସାମାଜିକ ଦୂରତା ରକ୍ଷା ହୋଇ ପାରୁ ନଥିବାର ଜଣା ପଡିଛି । ଗଞ୍ଜା ଲଢ଼େଇ ସମୟରେ ସାମାନ୍ୟ କଥାକୁ ନେଇ ଯୁକ୍ତିତର୍କ ଓ ଉଚ୍ଚବାଚ ମଧ୍ୟ ହୋଇ ଥିବାର ସୂଚନା ମିଳିଛି । ତେବେ କୌଣସି ସୁତ୍ରରୁ ମୁକ୍ତାପୁରରେ ଗଞ୍ଜା ଲଢ଼େଇ ସହିତ ଭିଡ ଜମି ଥିବାର ଖବର ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ପାଇ ଥିଲେ ।
ତାଙ୍କ ନିଦେ୍ର୍ଦଶକ୍ରମେ ବେତନଟୀ ଥାନା ଏସଆଇ ଶ୍ରୀନିବାସ ମାର୍ଥା, ଏସଆଇ ବିନୟ ରଞ୍ଜନ ପରିଡା, ଏଏସଆଇ ଚିତ୍ତରଞ୍ଜନ ବାରିକ ଓ ପୋଲିସ ବଳ ମୁକ୍ତାପୁରରେ ପହଞ୍ଚି ଗଞ୍ଜା ଲଢ଼େଇ ସ୍ଥଳରେ ଚଢ଼ାଉ କରି ଥିଲେ । ଏଥିରେ ହୋଇ ଥିବା ଭିଡ ଛତ୍ରଭଙ୍ଗ ଦେଇ ଥିବା ବେଳେ ଏହାର ଆୟୋଜକ ଓ ଗଞ୍ଜା ଲଢ଼େଇ କରୁ ଥିବା କୁନୁ ପାତ୍ର, ସୁକାନ୍ତ ବେହେରା ଓ ମନୋରଞ୍ଜନ ପାତ୍ରଙ୍କୁ ପୋଲିସ ଗିରଫ କରି ଥିବାର ଜଣା ପଡିଛି । ଘଟଣାକୁ ନେଇ ବେତନଟୀ ଥାନାରେ ଦଫା ୩୪୧, ୩୩୨, ୨୯୪, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ରୁଜୁ ହୋଇ ତଦନ୍ତ ଚାଲି ଥିବାର ଜଣା ପଡିଛି