Odisha news

ଇଣ୍ଡିଆ ବୁକ୍‌ ରେକର୍ଡରେ ଧନିଆପତ୍ର

0

ଉତ୍ତରାଖଣ୍ଡର ଗୋପାଳ ଅପ୍ରେତି ଦିଲ୍ଲୀରେ କର୍ପୋରେଟ୍‌ ଚାକିରି ଛାଡ଼ି ଗାଁରେ ଚାଷ କାମ କଲେ । ୨୦୧୬ରେ ସେ ଅର୍ଗାନିକ ସେଓ ଫାର୍ମ ଆରମ୍ଭ କଲେ । ବର୍ଷକୁ ତାଙ୍କ ରୋଜଗାର କୋଟିଏ ଟଙ୍କା । ପରେ ସେ ନିଜ ଫାର୍ମରେ ଚାଷ କଲେ ଧନିଆ ପତ୍ର । ୬ ଫୁଟ୍‌ ୧ ଇଞ୍ଚ ଲମ୍ବା ଧନିଆପତ୍ର ଗଛ ଚାଷ କରି ଇ ଣ୍ଡି ଅ । ବୁକ୍‌ରେ ସ୍ଥାନ ପାଇଛନ୍ତି ଗୋପାଳ । ସେ ଜୈବିକ ପଦ୍ଧତି ଦ୍ୱାରା ୬ଫୁଟ୍‌ ୧ ଇଞ୍ଚ୍‌ ଧନିଆପତ୍ର ଗଛ ଚାଷ କରିଥିବା କହିଛନ୍ତି । ସାଧାରଣତଃ ଧନିଆପତ୍ର ୪ ଫୁଟ୍‌ ଲମ୍ବା ହୋଇଥାଏ । ଏବେ ସୁଦ୍ଧା ଧନିଆ ପତ୍ର ଗଛର ୫ଫୁଟ୍‌ ୧୧ ଇଞ୍ଚ ରେକର୍ଡ ଥିଲା ଯାହାକୁî ସେ ଭାଙ୍ଗିଛନ୍ତି । ସେ ଧନିଆ ଓ ସେଓ ଛଡ଼ା ଜୈବିକ ପଦ୍ଧତିରେ କୋବି, ରସୁଣ, ମେଥୀ ମଟର ଆଦି ଚାଷ କରୁଛନ୍ତି ।

Har Ghar Tiranga

Leave A Reply