ଗୋପ 28-05-2020 : ଧାନ ମଣ୍ଡି ଖୋଲୁନି,ଧାନର ଅଭାବୀ ବିକ୍ରି ହେଉଚି, ରାସ୍ତାକଡ଼ରେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ ଦିନରେ ଡହ ଡହ ଖରା ସାଙ୍ଗକୁ ଆକାଶରେ ଆକାଶରେ କଳା ବାଦଲ ଚାଷୀଙ୍କ ନିଦ ହଜାଇ ଦେଇଛି। କେଉଁଠି ଧାନଖଳା ତ କେଉଁଠି ଚାଷଜମି ପୁଣି କେଉଁଠି ରାସ୍ତାରେ ପଡିରହିଛି ଚାଷୀର କଷ୍ଟ ଉପାର୍ଜିତ ଧାନ ।ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ପୁରିଜିଲା ଗୋପ ବ୍ଲକ ଅଞ୍ଚଳରେ । ଧାନ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହେଇଥିବା ଚାଷୀମାନେ ଖୋଭର ସହ କହିଛନ୍ତି।।
ଚାଷୀ ମାନଙ୍କର ବାସ୍ତବସ୍ଥିତି ପରଖିବା ଲାଗି ଆମ ପ୍ରତିନିଧି ଦିନ ତମାମ ଗୋପ ବ୍ଲକର ନୂଆଖୋଲମରା,ନନ୍ଦିଗୋରଡା, ପୟରା ,ବିରତୁଙ୍ଗ,ଅଚୁତପୁର ବଡତରା,ଗଡରୁପାସ ସେବାସମବାୟ ସମିତି,ନାଗପୁର, ଆଦି ପଞ୍ଚାୟତ ବୁଲିଦେଖିଥିବା ବେଳେ ସବୁ ପଂଚାୟତରେ ସମାନ ଚିତ୍ର ଦେଖିବାକୁ ମିଳିଥିଲା । ଚାଷୀମାନେ ଅମଳ କରିଥିବା ଧାନକୁ ଘରକୁ ନେଇନପାରି କେଉଁଠି ଧାନ ବିଲରେ ତ ଆଉ କେଉଁଠି ରାସ୍ତାରେ ହଜାର ହଜାର କୁଇଣ୍ଟାଲ ଧନ ରାସ୍ତାରେ ପଡିରହିଛି । ରାଜ୍ୟ ସରକାର କୃଷି ଓ କୃଷକର ଉର୍ଣ୍ଣତି ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ତାହା ଏଠାରେ ଫେଲ ମାରିଛି ।
ଧାନ ବିକ୍ରି ପାଇଁ ଚାଷୀମାନେ ଅନ ଲାଇନିରେ ଟୋକାନ ପାଇ ମଧ୍ୟ ମଣ୍ଡି ଖୋଲୁନି। କେବେ ଖୋଲିବ ଧାନମଣ୍ଡି କେବେ ବିକ୍ରି ହେବ ନିଜର କଷ୍ଟ ଉପାର୍ଜିତ ଫସଲ ଅନେକ ଦ୍ଵନ୍ଦ ଚାଷୀଙ୍କ ମନରେ ରହିଛି, କାହାର ଝିଅ ବାହାଘର ଆଉ କାହାର ପିଲାଙ୍କ ପାଠପଢା ସବୁ ଅଟକି ରହିଛି।ଚାଷୀମାନେ ସମବାୟ ସମିତି ଓ ଗୋପ ବ୍ଲକ ଯୋଗାଣ ବିଭାଗ ନିରୀକ୍ଷକ ଙ୍କ ପାଖକୁ ଦୌଡୁ ଥିଲେମଧ୍ୟ ଆଜି କାଲି କହି ଦିନ ଗଡାଇ ଚାଲିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ମଣ୍ଡି ନଖୋଲିଲେ ଶାଗମାଛ ଦରରେ ବର୍ଷକର କଷ୍ଟ ଉପାର୍ଜିତ ଫସଲକୁ ବିକିବାକୁ ବାଧ୍ୟହେବେ ବୋଲି ଚାଷୀ ପ୍ରହଲ୍ଲାଦ ପଲାଇ,ଚିତ୍ତରଞ୍ଜନ ପଲାଇ,ନାରାୟଣ ମହାନ୍ତ, ସତ୍ୟପ୍ରିୟ ଭୋଇ ପ୍ରମୁଖ କ୍ଷେଭର ସହ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସରକାରୀ ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବା ଚାଷୀ ମାନେଅଭିଯୋଗ କରିଛନ୍ତି।