ଆଜିଠାରୁ ଦେଶବ୍ୟାପୀ ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଆରମ୍ଭ, ଆସନ୍ତୁ ଜାଣିବା କଉ ଜିଲ୍ଲା କଉ ଜୋନ ରେ କେଉଁ ଜୋନ୍ରେ କେଉଁ ଜିଲ୍ଲା
ନୂଆଦିଲ୍ଲୀ : ୪ ତାରିଖରୁ ଦେଶବ୍ୟାପୀ ଲକ୍ଡାଉନ୍ର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ପ୍ରଥମ ଦୁଇଟି ପର୍ଯ୍ୟାୟରେ ୪୦ ଦିନର ଲକ୍ଡାଉନ୍ ଅଭିଜ୍ଞତାର ଲାଭ ତୃତୀୟ ପର୍ଯ୍ୟାୟରେ ହାସଲ ହେବାର ଅନୁମାନ କରାଯାଉଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରାୟ ୧୦୦ଟି ନିର୍ଦ୍ଦେଶନାମା ରାଜ୍ୟ ସରକାର ସକ୍ରିୟତା ସହ ପାଳନ କରିଥିବା ଜଣାପଡ଼ିଛି। କେନ୍ଦ୍ର ସହ ଉତ୍ତମ ରୂପେ ସମନ୍ବୟ ପ୍ରତିଷ୍ଠା କରିବାରେ ମଧ୍ୟ ଓଡ଼ିଶା ସଫଳ ରହିଛି। ତେଣୁ ତୃତୀୟ ପର୍ଯ୍ୟାୟରେ ଅନେକ ରିହାତି ସହିତ ରାଜ୍ୟ ସରକାର ସାମାଜିକ ଦୂରତ୍ବ ତଥା ଅନ୍ୟାନ୍ୟ ଗାଇଡଲାଇନ୍ଗୁଡ଼ିକର ଅନୁପାଳନ ପାଇଁ ତତ୍ପରତା ପ୍ରକାଶ କରିବେ।
ଲକ୍ଡାଉନ୍ ଅବଧି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହାସହିତ ଆଜି ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ରାଜ୍ୟର କେଉଁ ସହର କେଉଁ ଜୋନ ଅନ୍ତର୍ଭୁକ୍ତ ସେ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସବୁ ଜିଲ୍ଲାପାଳ ଓ ପୌର କମିସନରଙ୍କୁ ଏ ସଂକ୍ରାନ୍ତରେ ଜଣାଇଛନ୍ତି।
କେଉଁ ଜୋନ୍ରେ କେଉଁ ଜିଲ୍ଲା
ରେଡ୍ ଜୋନ୍
ଯାଜପୁର, ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)
ଅରେଞ୍ଜ ଜୋନ୍
ଖୋର୍ଧା (ବିଏମ୍ସି ବ୍ୟତୀତ), ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡା, ବଲାଙ୍ଗୀର, ଢେଙ୍କାନାଳ, କଳାହାଣ୍ଡି
ଗ୍ରିନ୍ ଜୋନ୍
କଟକ, ପୁରୀ, ଅନୁଗୁଳ, ବରଗଡ଼, ବୌଦ୍ଧ, ସମ୍ବଲପୁର, ଗଜପତି, ଜଗତସିଂହପୁର, କନ୍ଧମାଳ
ମାଲକାନଗିରି, ମୟୂରଭଂଜ,
ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା, ସୋନପୁର