ଚନ୍ଦ୍ରଶେଖରପୁର : କରୋନା ସଂକ୍ରମିତଙ୍କୁ ଚିକିତ୍ସା ଜାରି ରଖିଥିବା କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବାକୁ ଭାରତର ବିଭିନ୍ନ କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ଆଜି ବାୟୁସେନା ପକ୍ଷରୁ ଆକାଶମାର୍ଗରୁ ପୁଷ୍ପ ବୃଷ୍ଟି କରାଯାଇଛି। କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଲାଗି ଆଜି କିମ୍ସ କୋଭିଡ୍ ହସ୍ପିଟାଲରେ ମଧ୍ୟ ବାୟୁସେନା ପକ୍ଷରୁ ହେଲିକାପ୍ଟରରେ ପୁଷ୍ପବୃଷ୍ଟି କରାଯାଇଛି। ଏହା ଦ୍ବାରା କିମ୍ସର ସମସ୍ତ ଡାକ୍ତର, ନର୍ସ, ପାରାମେଡିକାଲ୍ ଷ୍ଟାଫ ଓ ଅନ୍ୟ ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ମନୋବଳ ବୃଦ୍ଧି ହେବ ଓ ସେମାନେ ଉତ୍ସାହିତ ହୋଇ କରୋନା ମୁକାବିଲା ପାଇଁ ଆଗେଇ ଆସିବେ ବୋଲି କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, କିଟ୍ ବିଶ୍ବବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟ, କିମ୍ସର ଅଧ୍ୟକ୍ଷ ଡା. ପି. କେ. ପଟ୍ଟନାୟକ ଓ ସୁପରିନଟେଣ୍ଡେଣ୍ଟ୍ ଡା. ଅମ୍ବିକା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।