ବନ୍ତଳା/ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ରେଜଂ ତଳଗଡ ପଚାଂୟତ ର ନୂଆଭୁଇଁ ଗ୍ରାମର ତଅଂଳା ସହିର ଯୁବକ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ବିଗତ କିଛି ଦିନ ହେବ ତଳଗଡ ଆଖ ପାଖ ଅଚଂଳରେ ଏକ ଦନ୍ତା ହାତୀ ବୁଲୁଥିବା ଗ୍ରାମବାସୀ ବନ ବିଭାଗକୁ ଜଣାଇଥିଲେ ।
ସକାଳ ସମୟରେ ନୁଆଭୁଇଁ ଗ୍ରାମର ଦୁଷ୍ମନ୍ତ ବେହେରା (୩୨), ବାପା କାଉତ ବେହେରା (ମୃତ) ଛେଳି ଚରାଇବା ପାଇଁ ପାଖ ମିରିଗେଇ ପାହାଡକୁ ଯାଇଥିଲେ । ସେଠାରେ ଦନ୍ତା ହାତୀ ଦଳି ଦେବା ସହ ଫୋପାଡି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ବନାଚଂଳ ଅଧିକାରୀ ବିନ୍ଦୁ ପ୍ରସାଦ ସଦଳବଳେ ବନ୍ତଳା ପୁଲିସକୁ ନେଇ ସେଠାରେ ପହଚିଂ ଥିଲେ । ସେଠାରେ ଉତ୍ୟକ୍ତ ଲୋକ ମାନେ ଉଭୟ ବନ ବିଭାଗ ଓ ପୁଲିସ ମାନଙ୍କୁ ଆକ୍ରମଣ କରିବା ସହ ବୋଲେରୋ ଗାଡିକୁ ଭାଙ୍ଗି ଦେଇଥିଲେ ।
ବନ୍ତଳା ଭାରପ୍ରାପ୍ତ ପ୍ରବେଶନ ଡି ଏସ ପି ସୋ÷ରଭ ଓତା ପହଚିଂ ବୁଝାଶୁଝା ପରେ ଘଟଣା ସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ଅନୁଗୁଳ ବନଖଣ୍ଡ ଅଧିକାରୀ ଭି.କାର୍ତିକ କହିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ଚାରିଲକ୍ଷ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିବା ଠିକ୍ ନୁହେଁ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଥିଲେ ।