Odisha news

କଣିହାଁ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ , ୨ବାଇକସହ ବାରହା ମାଂସ ଜବତ

0

କଣିହାଁ: କଣିହାଁ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ୨ବାଇକ ସହ ୫କେଜି ବାରହା ମାଂସ ଜବତ କରାଯାଇଛି । ଶୁକ୍ରବାର କଣିହାଁ ବନବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଯାମୁଯୋଡି-ବାରିହାପୁର ରାସ୍ତାରେ ୨ବାଇକକୁ ଜବତ କରିବାସହ ସେଥିରୁ ୫କେଜି ବାରହା ମାଂସ ଜବତ କରିଥିଲେହେଁ ଅଭିଯୁକ୍ତମାନେ ଗାଡି ଛାଡି ପଳାଇଥିଲେ । ୨ଟି ଗାଡି ମଧ୍ୟରୁ ଗୋଟିଏ ନମ୍ବର ବିହିନ ସିଡି ଡିଲକ୍ସ ବାଇକ ଓ ଅନ୍ୟଟି ହେଲା ଏକ ସ୍କୁଟର ଯାହାର ନମ୍ବର ଓଏସଡି-୨୮୮୯ ଅଟେ । କଣିହାଁ ରେଂଜର ନିଳମଣୀ ଦେହୁରୀ ଏକ ମୋକଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Leave A Reply