Odisha news

ନିଜ ମାଲିକଙ୍କ ଟଙ୍କା ଆତ୍ମସାତ କରି ଲୁଟର ରୂପ ଦେବାକୁ ଉଦ୍ୟମ କରି ଗିରଫ

0

ଫୁଲନଖରା : ନିଜ ମାଲିକଙ୍କ ଟଙ୍କା ଆତ୍ମସାତ କରି ଲୁଟର ରୂପ ଦେବାକୁ ଉଦ୍ୟମ କରିଥିବା ଜନୈକ ଗାଡ଼ି ଡ୍ରାଇଭରକୁ ସଦର ଥାନା ପୋଲିସ ଗିରଫ କରିବା ସହିତ ତା’ ଠାରୁ ଟଙ୍କା, ଗାଡ଼ଇ ଓ ମୋବାଇଲ ଫୋନ ଜବତ କରିଛି । ଘଟଣାରୁ ପ୍ରକାଶ ଯେ, କଟକ ଜିଲା ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଅଞ୍ଚଳର ଦିଗନ୍ତକୁମାର ରାୟଙ୍କ ନିକଟରେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମର ସ୍ୱର୍ଗତ ହଂସନାଥ ଦାସଙ୍କ ପୁଅ ଜଗନ୍ନାଥ ଦାସ ଓରଫ ଜଗାୠତ ୬ବର୍ଷ ହେଲା ଗାଡ଼ି ଚାଳକଭାବେ ଚାକିରି କରିଥିଲେ ।

ଗତ କାଲି ତାଙ୍କ ପିକଅପ ଭ୍ୟାନରେ ଟିଣ ଆଜବେଷ୍ଟସ ଆଣିକାୁ ଜଗାକୁ କଟକ ପଠାଇଥିଲେ ଏବଂ ଏ ବାବଦ ମୋଟ ୯୯ ହଜାର ଟଙ୍କା ଦେଇଥିଲେ । ଜଗା କଟକ ଅଭିମୁଖେ ଯାଇ ତେଲେଙ୍ଗାପେଣ୍ଠ ନିକଟ ଟ୍ୱିନସିଟି ମଣ୍ଡପଠାରେ ଗାଡ଼ିକୁ ରଖି ଟଙ୍କା ଆତ୍ମସାତ ପାଇଁ ଯୋଜନା କରିଥିଲା । ତା ‘ ସାଙ୍ଗ ଜଗତସିଂହପୁର ଅଞ୍ଚଳର ପ୍ରକାଶ ଖଣ୍ଡୁଆଳକୁ ପାଖକୁ ଡାକି ୬୬ ହଜାର ଟଙ୍କା ଦେଇଥିଲା ଏବଂ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଗୁଳି ଫୁଟାଇ ତା’ ଠାରୁ ସମସ୍ତ ଟଙ୍କା ନେଇଯାଇଥିବା ବିଷୟରେ ମିଛରେ ଗାଡ଼ି ମାଲିକ ଶ୍ରୀ ରାୟଙ୍କୁ ଜଣାଇଥିଲା । ମାଲିକ ସେଠାରେ ପହଞ୍ଚôବା ପୂର୍ବରୁ ଜଗା ଏକ ଲୁହା ରଡ଼ରେ ଗାଡ଼ିର ସମ୍ମୁଖ ଭାଗ କାଚକୁ ଫୁଟାଇ ଛିଦ୍ର କରିଦେଇଥିଲା, ଯଦ୍ୱାରା ଗୁଳି ମାଡ଼ର ଚିହ୍ନବୋଲି ଧାରଣା ସୃଷ୍ଟି ହେବ ।

ତେବେ ଏ ସମ୍ପର୍କରେ ଶ୍ରୀ ରାୟ ସଦର ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି (କେସ ନଂ.୨୨୮) ଘଟଣାର ତଦନ୍ତ କରିଥିଲା । ଥାନାରେ ପଚରା ଉଚୁରା ସମୟରେ ଜଗାର କଥାରେ ତାଳ ମେଳ ରହୁନଥିବାରୁ ପୋଲିସର ସନେ୍ଦହ ହୋଇଥିଲା ଏବଂ ଶେଷରେ ଜଗା ନିଜେ ଏପରି କାଣ୍ଡ କରିଥିବା ସ୍ୱୀକାର କରିଥିଲା । ପୋଲିସ ଜଗାକୁ ଗିରଫ କରିବା ସହିତ ତା’ ଠାରୁ ୩୩ହଜାର ଟଙ୍କା ଉଦ୍ଧାର କରିଛି । ଅନ୍ୟତମ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବବୋଲି ପୋଲିସ କହିଛି ।

Leave A Reply