ଖୋର୍ଦ୍ଧା,୭ା୫ : ସମ୍ପ୍ରତି ମହାମାରୀ କରୋନାର ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି । କରୋନାକୁ କାବୁ କରିବା ପାଇଁ ତାଲା ବନ୍ଦ କର୍ଫୁ୍ୟ ଓ କଂଟେନମେଂଟ ଜୋନ ଭଳି ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ସଂଗରୋଧ, ସ୍ୱଚ୍ଛତା, ସାମାଜିକ ଦ୍ୱରତା ଓ ସାନିଟାଇଜ୍ ଆଦି ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ଏହି ସବୁ କାର୍ଯ୍ୟକୁ ଯେଉଁମାନେ କ୍ରୀୟାନ୍ୱୟନ କରୁଛନ୍ତି ସେମାନେ ଆଜି କରୋନା ଯୋଦ୍ଧା ଭାବରେ ପରିଗଣିତ ହେଉଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କରୋନା ଯୋଦ୍ଧାମାନଙ୍କୁ ସେମାନଙ୍କର ନିଃସ୍ୱାର୍ଥପର ଓ ନୀରବଚ୍ଛିନ୍ନ ସେବା ପାଇଁ ସମ୍ମାନିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ କର୍ମ·ରୀ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମ·ରୀ ସଫେଇ କର୍ମ·ରୀ, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, କୃଷକ ଓ ବିଶେଷ କରି ନିଜକୁ ବିପଦ ମୁହଁକୁ ଠେଲି ଦେଇ ଅହରହ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ଆଜି ପ୍ରକୃତ କରୋନା ଯୋଦ୍ଧାଭଳି କାର୍ଯ୍ୟ କରୁଛନ୍ତି । ସେମାନଙ୍କର ସେବା ମନୋବଳ ଏବଂ ମନୋଭାବକୁ ଆହୁରି ଦ୍ୱିଗୁଣିତ କରିବା ପାଇଁ ବିଜେପି ପକ୍ଷରୁ ସାରା ଦେଶରେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି ।
ଏହି ମର୍ମରେ ଆଜି ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ବିଜେପି ତରଫରୁ ବିଧାୟକ ପାର୍ଥୀ କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ, ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ପୋ÷ରପରିଷଦର ନିର୍ବାହୀ ଅଧିକାରୀ, ଜିଲ୍ଲାମୁଖ୍ୟ ଚିକିସôା ଅଧିକାରୀ, ଅତିରି୍କ୍ତ ଜଲ୍ଲା ମୁଖ୍ୟ ଚିକିସôା ଅଧିକାରୀ, ଆଦର୍ଶ ଥାନା ଅଧିକାରୀ ଓ କର୍ମ·ରୀ ଏବଂ କର୍ତ୍ତବ୍ୟ ରତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସେମାନଙ୍କର ସେବା ପାଇଁ ଉପଢୋ÷କନ ଏବଂ କୃତଜ୍ଞତା ପତ୍ର ପ୍ରଦାନ କରାଯାଇ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା ।
ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ଉପସଭାପତି ଶ୍ରୀରଂଜନ ମଙ୍ଗରାଜଙ୍କ ସଂଚାଳନରେ ଆୟୋଜିତ ଉକ୍ତ କାଯଁ୍ୟକ୍ରମରେ ଖୋର୍ଦ୍ଧା ନଗର ମଣ୍ଡଳ ସଭାପତି ଲୋକନାଥ ପ୍ରଧାନ, ମଧ୍ୟମଣ୍ଡଳ ସଭାପତି ମାନସ ରଂଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ରଂଜନ କୁମାର ବରାଳ, ନଗର ସାଧାରଣ ସମ୍ପାଦକ ଅଭିମନୁ୍ୟ ଘଟୁଆଳ ଓ ତି୍ରଲୋଚନ ଦାସ ପୂର୍ବତନ କାଉନସିଲର ଅରବିନ୍ଦ ରାଉତରାୟ, ନଗର ସଭାପତି ଗଗନ ମଲ୍ଲ, ସୂର୍ଯ୍ୟନାରାୟଣ ଦାଶ, ଦେବବ୍ରତ ଆ·ର୍ଯ୍ୟ, ନଗର ଉପସଭାପତି ତ୍ରୀନାଥ ମହାପାତ୍ର, କୋଷାଧ୍ୟକ୍ଷ ସୁକାନ୍ତ କୁମାର ସାହୁ, ଓବସି ମୋର୍ଚ୍ଚା ସଭାପତିଜିତେନ୍ଦ୍ର ବେହେରା, ଯୁବ ନେତା ନୀଖିଲ ପ୍ରସାଦ ରାମ ପ୍ରମୁଖ ଉପସ୍ଥିତ ଥିଲେ