ଅସ୍ତରଙ୍ଗ : ରାଷ୍ଟ୍ରୀୟ ସଂୟ ସେବକ ସଂଘ ଅସ୍ତରଙ୍ଗ ଖଣ୍ଡ ତରଫରୁ ମହାମାରୀ କରୋନା କୋଭିଡ-୧୯ ର ସଫଳ ମୁକାବିଲା ପାଇଁ ଅସ୍ତରଙ୍ଗ ବଜାର ସଫେଇ ଓ ସାନିଟାଇଜିଙ୍ଗ୍ କରାଯାଇଅଛି । ପ୍ରଥମେ ୟୁକୋ ବ୍ୟାଙ୍କ ଅସ୍ତରଙ୍ଗ ଠାରୁ ଆରମ୍ଭ କରି ଅସ୍ତରଙ୍ଗ ବ୍ଲକ ପର୍ଯ୍ୟନ୍ତ ସାନିଟାଇଜିଙ୍ଗ କରାଯାଇଥିଲା ।
ଅସ୍ତରଙ୍ଗ ବଜାରର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ,ଷ୍ଟେଟ୍ ବ୍ୟାଙ୍କ , ଆହ୍ଲାବାଦବ ବ୍ୟଙ୍କ ,ୟୁନିୟନ୍ ବ୍ୟାଙ୍କ , ୟୁକୋ ବ୍ୟାଙ୍କ , କୋପରଟିଭ୍ ବ୍ୟାଙ୍କ ,ଗ୍ରାମ୍ୟ ବ୍ୟାଙ୍କ , ପୋଷ୍ଟ ଅଫିସ , ବ୍ଲକ ଅଫିସ, ତହସିଲ କାର୍ଯ୍ୟାଳୟକୁ ଭଲଭାବେ ମେସିନ୍ରେ ସ୍ପ୍ରେ କରାଯାଇ ସାନିଟାଇଜିଙ୍ଗ କରାଯାଇଥିଲାା ଉକ୍ତ ସାନିଟାଇଜିଙ୍ଗ କାର୍ଯ୍ୟରେ ଅସ୍ତରଙ୍ଗ ଅଧିକାଂଶ ସ୍ୱଂୟ ସେବକ ସମେତ ଅସ୍ତରଙ୍ଗ ଖଣ୍ଡ କାର୍ଯ୍ୟବାହ ଜୟରାମ ମୁଦୁଲି, ଖଣ୍ଡ ସଂଘ ଚାଳକ ଅକ୍ଷୟ କୁମାର ପରିଡା, ପୁରୀ ବିଭାଗ ବୈାଧିକ ପ୍ରମୁଖ ଶୁସାନ୍ତ କୁମାର ପରିଡା, ତଥା ଅନ୍ୟ ସଂୟ ସେବକ ଭାଇ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ ସଂପାଦନ କରାଯାଇଥିଲା ।
ଆଗକୁ ଅସ୍ତରଙ୍ଗ ବଜାର ମେଡିକାଲ ତଥା ଅସ୍ତରଙ୍ଗ ବ୍ଲକରେ ଥିବା ସମସ୍ତ କ୍ୱାରେଣ୍ଟାଇନ କେନ୍ଦ୍ରକୁ ମଧ୍ୟ ସାନିଟାଇଜିଙ୍ଗ କରିବା ପାଇଁ ଲକ୍ଷ ରଖାଯାଇଅଛି ବୋଲି ସଂଘ ତରଫରୁ ଜଣାପଡିଅଛି ।