ବ୍ରହ୍ମପୁର,୧୪/୭- -ସଦର ଥାନା ପୋଲିସ ଏକ ତିନିଜଣିଅା ଚୋର ଗ୍ୟାଙ୍ଗକୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମର ଲିକୁ ଓରଫ ଲିପୁନ ସାହୁ ଓରଫ ସୁଶାନ୍ତ ସାହୁ (୩୨) ଓ ତାଙ୍କ ଦୁଇ ସହଯୋଗୀ ପାଟପୁର ଥାନା ବାହାଡ଼ାଗୁଡ଼ାର ସନ୍ତୋଷ ପୃଷ୍ଟି (୪୮), ଧର୍ମପୁରର ଚେରୁ ଓରଫ ଏସ.ଉମାକାନ୍ତ ଦୋରା (୪୮) ସୁଶାନ୍ତ ଜଣେ ଅନ୍ତଃଜିଲା ଲୁଟେରା ଥିବା ବେଳେ ତାଙ୍କ ନାମରେ ଏକାଧିକ ମାମଲାରହିଥିବା ପୋଲିସ ସୂଚନା ଦେଇଛି। ସୁଶାନ୍ତ ଗଞ୍ଜାମ ଜିଲାର ଡ଼େଙ୍ଗାଓସ୍ତା ଅଞ୍ଚଳରେ ରହି ତାଙ୍କ ଦୁଇ ସହଯୋଗୀଙ୍କ ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ ବୋଲି ଜଣାପଡ଼ିଛି। ଗୁରୁବାର ପୋଲିସ ସୁଶାନ୍ତ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ସେମାନଙ୍କ ନିକଟରୁ ୧୨୫ଗ୍ରାମ ସୁନା ଗହଣା ଓ ୧୩, ୧୫୦ଟଙ୍କା ଜବତ କରିଛି ପରେ ଉପରୋକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି ଘଟଣାରୁ ପ୍ରକାଶ ଯେ କୁକୁଡ଼ାଖଣ୍ଡି ଜ୍ୟୋତି ନଗରରେ ଅବସରପ୍ରାପ୍ତ ବନପାଳ ପି. ନାରାୟଣ ରାଓ ଦୋରା ରୁହନ୍ତି ସେ କିଛିଦିନ ତଳେ ଭୁବନେଶ୍ୱରରେ ରହୁଥିବା ତାଙ୍କ ପୁଅଙ୍କ ପାଖକୁ ଯାଇଥିଲେ ଗତ ୧୧ତାରିଖ ସକାଳେ ତାଙ୍କ ଘରୁ ଚୋରି ହୋଇଥିବା ପଡ଼ୋଶୀଙ୍କ ଠାରୁ ଖବର ପାଇଥିଲେ ସେ ବ୍ରହ୍ମପୁର ଫେରି ଦେଖିବା ବେଳେ ଘରର ମୁଖ୍ୟ ଗ୍ରୀଲ ଓ କବାଟ ଖୋଲା ରହିଥିଲା ଘର ଭିତରକୁ ଯାଇ ଦେଖିବା ବେଳେ ଅାଲମିରା ଭଙ୍ଗା ଯାଇଥିଲା ଓ ସେଥିରେ ଥିବା ୧୨୫ ଗ୍ରାମ ସୁନା ଗହଣା ଓ ୧୫ ହଜାର ଟଙ୍କା ଗାଏବ ଥିଲା ସେ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ ପୋଲିସ ଏ ସଂକ୍ରାନ୍ତରେ ୩୪୮/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ସିସି ଟିଭି ଫୁଟେଜ୍ ଜରିଅାରେ ଲୁଟିଅାଙ୍କୁ ଠାବ କରିବାରେ ପୋଲିସ ସଫଳ ହୋଇଥିବା ଜଣାପଡ଼ିଛି
