Odisha news

ବୀର ରାମଚନ୍ଦ୍ର ପୁର ସରପଞ୍ଚ ପଦବୀ ନିମନ୍ତେ ଉପ ନିର୍ବାଚନ : ୨ ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ

0
ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ପଞ୍ଚାୟତରେ   ସରପଞ୍ଚ ପଦବୀ ନିମନ୍ତେ ଆସନ୍ତା ୯ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ l ଏହି ଉପ ନିର୍ବାଚନ ନିମନ୍ତେ ଆଜି ୨ ଜଣ ପ୍ରାର୍ଥୀନୀ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀ ଲୋଚନ ଦାସଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି l ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀନୀ ପ୍ରତିମା ବେହେରା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ଏହି ଅବସରରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ସତ୍ୟବାଦୀ ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ସ୍ୱାଧୀନ ଜେନା, ସୁବାସ ପ୍ରଧାନ, ସରପଞ୍ଚ, ସମିତି ସଭ୍ୟ, ସମିତି ସଭ୍ୟା ଓ ଅନ୍ୟମାନେ ଉପସ୍ଥିତ ଥିଲେ l
ସେହିପରି ବିଜେପି ସମର୍ଥିତ ପ୍ରାର୍ଥୀନୀ  ବର୍ଷା ରାଣୀ ସେଠି ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ଏହି ଅବସରରେ ବିଜେପି ନେତା ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ, ସମିତି ସଭ୍ୟ ଦୀପକ ଶତପଥୀ, ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର କୁମାର ପ୍ରଧାନ, ସରପଞ୍ଚ, ସମିତି ସଭ୍ୟ, ସମିତି ସଭ୍ୟା ଓ ଅନ୍ୟମାନେ ଉପସ୍ଥିତ ଥିଲେ l ପ୍ରକାଶ ଥାଉ ବୀର ରାମଚନ୍ଦ୍ର ପୁର ପଞ୍ଚାୟତର ସରପଞ୍ଚ ସ୍ବର୍ଗତ ଦୀପା ବେହେରାଙ୍କର ଏକ ରାସ୍ତା ଦୁର୍ଘଟଣାରେ ପରଲୋକ ହୋଇଥିଲା l ଫଳରେ ଏହି ଉପ ନିର୍ବାଚନ ଅନୁଷ୍ଠିତ ହେଉଅଛି
Nalco
Leave A Reply