ପିପିଲି- ପିପିଲି ନିମାପଡା ଛକ ସ୍ଥିତ ଏନଏସି ମାର୍କେଟ ରେ ଫ୍ରେଣ୍ଡସ୍ ମୋବାଇଲ ସପରୁ ୬୫ହଜାର ଟଙ୍କା ଚୋରି ହୋଇଥିବାର ପିପିଲି ଥାନରେ ଅଭିଯୋଗ ହୋଇଛି । ଦୋକାନୀ ମାଲିକ ସୋଲେମନ ଖାଁ ପିପିଲି ଥାନରେ ତାଙ୍କ ଅଭିଯୋଗ ସହ ଦୋକାନର ସିସିଟିଭି ଫୁଟେଜ ର ଭିଡିଓ କୁ ଦେଇଛନ୍ତି । ସୋଲେମନ ତାଙ୍କ ଅଭିଯୋଗରେ ଦର୍ଶାଇ ଛନ୍ତି ଆଜି ସକାଳ ୯ଟା୫୦ମି ସମୟରେ ତାଙ୍କ ନିଜ ଫ୍ରେଣ୍ଡସ୍ ମୋବାଇଲ ଦୋକାନ ଖୋଲି ପୁଜା କରିବା ପାଇଁ ଦୋକାନ ଠାରୁ କିଛି ଦୁରକୁ ପାଣି ପାଇଁ ଯାଇଥିବା ବେଳେ ତାଙ୍କ ଦୋକାନରୁ ଲୁଟ ହୋଇଥିଲା ।
ପାଣି ନେଇ ଫେରି ଦେଖନ୍ତି ତ ତାଙ୍କ କ୍ୟାସ ଡ୍ର ଖୋଲା ଥିଲା ଓ ସେଥିରେ ଟଙ୍କା ନଥିଲା । ଏହା ପରେ ଦେକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିବାରେ ଟଙ୍କା ନେଇଥିବା ବ୍ୟକ୍ତିର ସିସିଟିଭି ଫୁଟେଜକୁ ଥାନାରେ ଦେଇଥିଲେ । ଉକ୍ତ ଫୁଟେଜକୁ ଆଧରାକରି ପିପିଲି ପୋଲିସ ଘଟଣାର ତଦନ୍ତ କରି ଆସାମୀ କୁ ଗିରଫ କରିବା ସହିତ ତା ପାଖରୁ ଲୁଟ ଟଙ୍କାକୁ ଜବତ କରିଛନ୍ତି । ଆସାମୀ ନିମାପଡା ଅଣ୍ଢିଆ ଗ୍ରାମର ଶିବ ଭୋଇ (୪୦) ବୋଲି ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି କହିଛନ୍ତି । ପିପିଲି ଥାନରେ ଏସଂପର୍କରେ ୨୧୩/୨୦ରେ ଏକ ମାମଲା ରୁଜ କରାଯାଇଛି । ଗୁରୁବାର ଦିନ ଆସାମୀକୁ କୋର୍ଟ ଚାଲଣ କରାଯିବ ।